ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

କୋଲେଷ୍ଟ୍ରଲ ହ୍ରାସ ପାଇ ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ

ବ୍ଲଡରେ କୋଲେଷ୍ଟ୍ରଲ ନାମକ ଏକ ପଦାର୍ଥ ରହିଥାଏ । ଯଦିଓ ଶରୀର ପାଇଁ କୋଲେଷ୍ଟ୍ରଲର ଆବଶ୍ୟକତା ରହିଥାଏ କିନ୍ତୁ ହାଇ ଲେବଲ କୋଲେଷ୍ଟ୍ରଲ ହାର୍ଟ ସମ୍ବନ୍ଧିତ ସମସ୍ୟାର ବିପଦ ମଧ୍ୟ ବଢିଥାଏ । ଏଥିପାଇଁ କୋଲେଷ୍ଟ୍ରଲକୁ ଆୟତ୍ତରେ ରଖିବା ଉଚିତ୍ ।

ତେୂେ ଆସନ୍ତୁ ଜାଣିବା କୋଲେଷ୍ଟ୍ରଲ କମ୍ କରିବା ପାଇଁ କେଉଁ କେଉଁ ଜିନିଷ ସେବନ କରିବା ଉଚିତ୍ ।

ଅଡସୀ ବା ଫେଶୀ-ଏହି ମଞ୍ଜି ଦେଖିବାରେ ଛୋଟ ଛୋଟ ହୋଇଥାଏ କିନ୍ତୁ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ । ଅଡସୀର ମଞ୍ଜି ପ୍ରତିଦିନ ସେବନ କରିବା ଫଳରେ ଆପଣଙ୍କ କୋଲେଷ୍ଟ୍ରଲ କଣ୍ଟ୍ରୋଲରେ ରହିଥାଏ ।

ଅଖରୋଟ-ବ୍ରେନ୍ ପାଇଁ ବହୁତ ଉତ୍ତମ ହୋଇଥାଏ ଅଖରୋଟ୍ । ଏଥିରେ ଓମେଗା ୩ ଫ୍ୟାଟି ଏସିଡ ଭରପୁର ଥାଏ । ଯଦି ଆପଣ ପ୍ରତିଦିନ ସକାଳେ ଏହାକୁ ଖାଇବେ ତେବେ କୋଲେଷ୍ଟ୍ରଲ କଣ୍ଟ୍ରୋଲରେ ରହିଥାଏ ।

କନ୍ଦମୁଳ-ଏଥିରେ ଭରପୁର ଫାଇବର ରହିଥାଏ । ଏହାକୁ ସେବନ କଲେ କୋଲେଷ୍ଟ୍ରଲ କଣ୍ଟ୍ରୋଲରେ ରହିଥାଏ । ଆପଣ ପ୍ରତିଦିନ ଏହାକୁ ସେବନ କରିବା ଉଚିତ୍ ।

କଦଳୀ-କୋଲେଷ୍ଟ୍ରଲକୁ କଣ୍ଟ୍ରୋଲ କରିବା ପାଇଁ କଦଳୀ ରାମବାଣ । ଏଥିରେ ଫାଇବର ଏବଂ ପୋଟେସିୟମ ରହିଥାଏ ଯାହା ବ୍ଲଡ ପ୍ରେଶରକୁ କମ୍ କରିବାରେ ସାହାଯ୍ୟ କରେ । ଏଥିପାଇଁ ପ୍ରତିଦିନ କଦଳୀ ଖାଇବା ଉଚିତ୍ । ଜଳଖିଆର ୩୦ ମିନିଟ୍ ପୂର୍ବରୁ କଦଳୀ ସେବନ କରିବା ଉଚିତ୍ ।

ଓଟ୍ସ-ଓଟ୍ସକୁ ଜଳଖିଆ ଭାବେ ଗ୍ରହଣ କଲେ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ଫାଇବର ରହିଥାଏ ଯାହା କୋଲେଷ୍ଟ୍ରଲ କମ୍ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣ ପ୍ରତଦିନ ଓଟ୍ସ ସେବନ କରିବା ଉଚିତ୍ ।

Show More

Related Articles

Back to top button