ଖେଳଜୀବନଚର୍ଯ୍ୟାମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ଦୀର୍ଘ ବର୍ଷର ବିବାହ ପରେ ଅଲଗା ହେବେ ସାନିଆ-ସୋଏବ

ମୁମ୍ବାଇ: ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ଓ ପାକିସ୍ତାନ କ୍ରିିକେଟର ସୋଏବ ମଲ୍ଲିକ। ଦୀର୍ଘ ବର୍ଷର ବିବାହ ପରେ ଦୁହେଁ ଅଲଗା ହେବା ନେଇ ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ, ଏହି ପାୱାର କପଲ ପରସ୍ପର ଠାରୁ ଛାଡପତ୍ର ନେଇ ସାରିଥିବା କୁହାଯାଉଛି। ଏହି ଖବର ଏବେ ତାଙ୍କ ଫ୍ୟାନମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ସୋଏବଙ୍କ ପୂର୍ବରୁ ବଲିଉଡ ଅଭିନେତାଙ୍କ ସହ ଯୋଡି ହୋଇଥିଲା ସାନିଆଙ୍କ ନାଁ। ବିବାହ ପୂର୍ବରୁ ସାନିଆ କୁଆଡେ ଅଭିନେତା ସାହିଦ କପୁରଙ୍କ ପ୍ରେମରେ ପାଗଳ ଥିଲେ। ସାନିଆ ଓ ସାହିଦଙ୍କ ସମ୍ପର୍କକୁ ନେଇ ଅନେକ ଗୁଜବ ମଧ୍ୟ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଫିଲ୍ମ ନିର୍ମାତା କରଣ ଜୋହର ଟକ୍ ଶୋ କଫି ୱିଥ କରଣରେ ସାନିଆଙ୍କୁ ପ୍ରଶ୍ନ ମଧ୍ୟ ପଚାରିଥିଲେ। କିନ୍ତୁ ସାନିଆ ଏହାକୁ ଖଣ୍ଡନ କରିଥିଲେ। କେବଳ ସେତିକି ନୁହେଁ କରଣଙ୍କ ଏହି ଟକ୍ ଶୋ’ରେ ସାନିଆ ରଣବୀର କପୁରଙ୍କୁ ବିବାହ କରିବାକୁ ଚାହୁଁଥିବା ନେଇ ମଧ୍ୟ ଖୁଲାସା କରିଥିଲେ।

ସୁଚନାଯୋଗ୍ୟ, ୨୦୧୦ ସାନିଆ ମିର୍ଜା ଓ ସୋଏବ ମଲ୍ଲିକ ବିବାହ କରିଥିଲେ। ଉଭୟଙ୍କ ବିବାହକୁ ୧୨ ବର୍ଷ ବିତି ସାରିଲାଣି। ସୋଏବ ଓ ସାନିଆଙ୍କ ଏକ ପୁଅ ମଧ୍ୟ ଅଛି, ଯାହାର ନାଁ ଇଜହାନ୍ ମଲ୍ଲିକ। ସୂଚନା ମୁତାବକ, ସୋଏବ ଓ ସାନିଆ ଅଲଗା ହୋଇସାରିଛନ୍ତି। ସାନିଆ ତାଙ୍କ ଦୁବାଇ ସ୍ଥିତ ଘର ଛାଡି ସାରିଛନ୍ତି।

Show More

Related Articles

Back to top button