ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ପୁଣି ବନ୍ଦ ହେଲା ଟ୍ୱିଟର୍‌ର ବ୍ଲୁ ଟିକ୍‌ କିଣିବା ବ୍ୟବସ୍ଥା

ନୂଆଦିଲ୍ଲୀ: କିଛି ଦିନ କାର୍ଯ୍ୟକାରୀ କରାଯିବା ପରେ ଟ୍ୱିଟର ପକ୍ଷରୁ ପୁଣିଥରେ ବ୍ଲୁ ଟିକ୍‌ କିଣିବା ବ୍ୟବସ୍ଥାକୁ ବନ୍ଦ କରିଦିଆଇଯାଇଛି। ବ୍ଲୁ ଟିକ୍‌ କିଣିବାକୁ ଚାହୁଁଥିବା ଆକାଉଣ୍ଟଧାରୀମାନେ ନିଜ ନିଜ ସୋଶିଆଲ ମିଡିଆ ପୋଷ୍ଟରେ ଟ୍ୱିଟରର ବ୍ଲୁଟିକ୍‌ ସବସ୍କ୍ରିପସନ ୱେବସାଇଟରେ ଉପଲବ୍ଧ ନଥିବା କହିଛନ୍ତି। ଟ୍ୱିଟରକୁ ଏଲନ ମସ୍କ କିଣିବା ପରେ ଲୋକମାନେ ସବୁ ଦିନ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। କମ୍ପାନୀ ପ୍ରତିଦିନ ନୂଆ ନୂଆ ଫିଚର ଆଣୁଥିବା ବେଳେ ପୁଣି ଏହାକୁ ବନ୍ଦ କରିଦେଉଛି। ଏହିକ୍ରମରେ ଆଜି ବ୍ଲୁ ଟିକ୍‌କୁ ନେଇ ସମାନ ସ୍ଥିତି ଉପୁଜିଛି। ଚଳିତ ମାସରେ ଟ୍ୱିଟର ପକ୍ଷରୁ ବ୍ଲୁ ଟିକ୍‌ ସବସ୍କ୍ରିପସନ ସେବା ଆରମ୍ଭ କରାଯାଇଥିଲା। ଆଇଫୋନ ବ୍ୟବହାରକାରୀଙ୍କ ପାଇଁ ପ୍ରାଥମିକ ଅବସ୍ଥାରେ ଏହା ଉପଲବ୍ଧ କରାଯାଇଛି। ମାସିକ ୭୧୯ ଟଙ୍କା ଦେଇ ଜଣେ ଟ୍ୱିଟର ଆକାଉଣ୍ଟଧାରୀ ବ୍ଲୁ ଟିକ୍‌ ପାଇପାରିବେ ବୋଲି କମ୍ପାନୀ କହିଥିଲା।

କିନ୍ତୁ ଆଜି ସକାଳୁ କମ୍ପାନୀ ସବସ୍କ୍ରିପସନ ବ୍ୟବସ୍ଥା ହଟାଇ ଦେଇଛି। The Vergeରେ ପ୍ରକାଶିତ ସୂଚନା ଅନୁଯାୟୀ, ଯଦି କେହି ସବସ୍କ୍ରିପସନ କରିବାକୁ ଚାହୁଁଛନ୍ତି, ତା’ହେଲେ ଡିସପ୍ଲେରେ ଲେଖାଯାଉଛି ଯେ “ଏଥିରେ ଆପଣଙ୍କ ଯୋଗଦାନ ଯୋଗୁ ଧନ୍ୟବାଦ। ଟ୍ୱିଟର ବ୍ଲୁ ଆଗାମୀ ଦିନରେ ଆପଣଙ୍କ ଦେଶରେ ଉପଲବ୍ଧ ହେବ। ଦୟା କରି ଚେକ୍‌ ବ୍ୟାକ୍। ଆଇଫୋନର ପ୍ଲେ ଷ୍ଟୋରରୁ ମଧ୍ୟ ଟ୍ୱିଟ ବ୍ଲୁ ସବସ୍କ୍ରିପସନ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି।

ତେବେ ଟ୍ୱିଟର କାହିଁକି ଏପରି ବ୍ୟବସ୍ଥା ହଟାଇ ଦେଲା ସେ ବିଷୟରେ ନିର୍ଦ୍ଦିଷ୍ଟ ଭାବେ କିଛି ତଥ୍ୟ ଦିଆଯାଇନି। କିନ୍ତୁ ନକଲି ଆକାଉଣ୍ଟ ଉପରେ ରୋକ ଲଗାଇବାକୁ କମ୍ପାନୀ ଏପରି କରିଥିବା କୁହାଯାଉଛି। ଟ୍ୱିଟର ବ୍ଲୁ ଟିକ୍‌ ସବସ୍କ୍ରିପସନ କଥା ଘୋଷଣା କରିବା ପରେ ଅନେକ ଘଟଣା ଘଟିଥିଲା। ଲୋକମାନେ ଟଙ୍କା ଦେଇ ବ୍ଲୁ ଟିକ୍‌ ହାସଲ କରିବା ପରେ ବିଶିଷ୍ଟ ବ୍ୟକ୍ତିଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲିବା ଆରମ୍ଭ କରିଥିଲେ। ଏହାକୁ ନେଇ ସୋଶିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ବିବାଦ ଦେଖାଯାଇଥିଲା। ସମ୍ଭବତଃ ଏଥିପାଇଁ କମ୍ପାନୀ ନୂଆ ନିୟମ ପ୍ରଣୟନ କରିବା ଯାଏ ସବସ୍କ୍ରିପସନ ବ୍ୟବସ୍ଥାକୁ ବନ୍ଦ ରଖିଛି।

Show More

Related Articles

Back to top button