Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ପଞ୍ଜାବରେ ଭଗୱନ୍ତ ମାନଙ୍କୁ ବିପୁଳ ସମର୍ଥନ ଦେଉଥିବା ଦେଖିବାକୁ ମିଳୁଛି

ପଞ୍ଜାବରେ 'ଆପ୍'ର ସଂଗଠନକୁ ମଜବୁତ କରିବାରେ ବଡ଼ ଭୂମିକା ନେଇଥିବା ଭଗୱନ୍ତ ମାନଙ୍କୁ ବିପୁଳ ପରିମାଣରେ ସମର୍ଥନ ଦେଉଥିବା ଦେଖିବାକୁ ମିଳୁଛି ।

ପଞ୍ଜାବରେ ‘ଆପ୍’ର ସଂଗଠନକୁ ମଜବୁତ କରିବାରେ ବଡ଼ ଭୂମିକା ନେଇଥିବା ଭଗୱନ୍ତ ମାନଙ୍କୁ ବିପୁଳ ପରିମାଣରେ ସମର୍ଥନ ଦେଉଥିବା ଦେଖିବାକୁ ମିଳୁଛି । ଦିନ ସାଢ଼େ ୧୧ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡରେ ପଞ୍ଜାବର ଧୁରୀ ଆସନରେ ଧୂଆଁ ଭଳି ‘ଝାଡ଼ୁ’ ମାରି ଚାଲିଛନ୍ତି ‘ଆପ୍’ର ଭଗୱନ୍ତ ମାନ୍ । ସବୁଠାରୁ ବଡ଼ କଥା ହେଲା, ‘ଆପ୍’ । ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସାମ୍ନାରେ ଥିବା ଭଗୱନ୍ତ ଯଦି ବିଜୟ ହୁଅନ୍ତି ତେବେ ଏହା ଆପ୍ ଭଳି ଏକ ଆଞ୍ଚଳିକ ଦଳକୁ ଭବିଷ୍ୟତ ପାଇଁ ଶୁଭ ସଙ୍କେତ ଦେବ । ୨୦୧୨ ମସିହାରେ ପଞ୍ଜାବ ପିପୁଲସ ପାର୍ଟିରେ ଯୋଗ ଦେଇ ଭଗବନ୍ତ ମାନ୍ ରାଜନୀତି ଜୀବନ ଆରମ୍ଭ କରିଥିଲେ । ସେହା ବର୍ଷରେ ଲହରା ବିଧାନସଭା ଆସନରେ ଲଢି ପରାଜିତ ହୋଇଥିଲେ । ଏହା ପରେ ୨୦୧୪ରେ ସେ ଆମ ଆଦର୍ମି ପାର୍ଟିରେ ଯୋଗ ଦେଇଥିଲେ । ଭଗବନ୍ତ ମାନ ୨୦୧୪ ମସିହାରେ ପଂଜାବ ସଂଗରୁର ନିର୍ବାଚନ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ ଦ୍ୱିତୀୟ ଥର ପାଇଁ ମାନଙ୍କୁ ମିଳିଥିଲା ସମାନ ସଫଳତା । ପଂଜାବର ଜଣେ ହାସ୍ୟ କଳାକାରଭାବେ ପରିଚିତ ଭଗବନ୍ତ ମାନ । ବିଭିନ୍ନ ରିୟଲଟି ଶୋରେ ମଧ୍ୟ ସେ ଅଭିନୟ କରିଛନ୍ତି । ଏବେ ଭଗବନ୍ତ ମାନ୍ ପଞ୍ଜାବରେ ‘ଆପ’ ସଙ୍ଗଠନକୁ ମଜବୁତ କରିବା ପାଇଁ ଆଗେଇ ଆସିଛନ୍ତି ।

Show More

Related Articles

Back to top button