Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ଉତ୍ତରାଖଣ୍ଡରେ ଆଗରେ ରହିଛି ବିଜେପି

 ଉତ୍ତରାଖଣ୍ଡରେ କିଏ ଗଢ଼ିବ ସରକାର ?

ଉତ୍ତରାଖଣ୍ଡରେ କିଏ ଗଢ଼ିବ ସରକାର ? କାହାର ପଲା ରହିଛି ଭାରି ? ଆଜି ଏହାର ସ୍ପଷ୍ଟ ଉତ୍ତର ମିଳିବାକୁ ଯାଉଛି । ଏକଜିଟ ପୋଲ ଆକଳନ ଅନୁଯାୟୀ, ଉତ୍ତରାଖଣ୍ଡ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେବ । କଂଗ୍ରେସକୁ ୩୨ ଓ ବିଜେପିକୁ ୩୫ ଆସନ ମିଳିବ ବୋଲି ଆକଳନ କରାଯାଉଥିଲା । ତେବେ ନିର୍ବାଚନ ଫଳାଫଳରୁ ବିଜେପି ଏକାକୀ ସରକାର ଗଢ଼ିବ ବୋଲି ଆକଳନ କରାଯାଉଛି । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଉତ୍ତରାଖଣ୍ଡରେ ଏବେ ବିଜେପି ୪୨ ଆସନରେ ଆଗୁଆ ରହିଛି । ଯେତେବେଳେକି କଂଗ୍ରେସ ୨୨, ବିଏସପି ୨ ଓ ସ୍ୱାଧୀନ ୨ ଆସନରେ ଆଗୁଆ ରହିଛନ୍ତି । ଏହା ପ୍ରାରମ୍ଭିକ ଟ୍ରେଣ୍ଡ ହୋଇଥିବାବେଳେ ଚାରି ପାଞ୍ଚ ରାଉଣ୍ଡ ଭୋଟ ଗଣତି ହୋଇଛି । ଆହୁରି ଅନେକ ରାଉଣ୍ଡ ଭୋଟ ଗଣତି ବାକି ଥିଲେ ମଧ୍ୟ ବିଜେପି ସମର୍ଥକମାନେ ଉତ୍ତରାଖଣ୍ଡରେ ଉତ୍ସବ ମନେଇବା ଆରମ୍ଭ କରିଦେଇଛନ୍ତି ।

 

Show More

Related Articles

Back to top button