Breaking PLUSବିଧାନସଭାମୁଖ୍ୟ ଖବରରାଜନୀତି

୪ ରାଜ୍ୟରେ ବିଜେପି ଆଗୁଆ

ପଞ୍ଜାବରେ ଏଏପି

ନୂଆଦିଲ୍ଲୀ: ଆଜି ସକାଳ ଆଠଟାରୁ ଆରମ୍ଭ ହୋଇଯାଇଛି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା । କେଉଁ ରାଜ୍ୟରେ ରହିବ କାହାର ସତ୍ତା । ଏହା ମଧ୍ୟରେ କିଛି ରାଜ୍ୟରେ ଭୋଟ ବ୍ୟବଧାନ ଆଗ ପଛ ହେବାରେ ଲାଗିଛି । ସନ୍ଧ୍ୟା ୫ଟା ମଧ୍ୟରେ ନିର୍ଣ୍ଣାୟକ ଫଳାଫଳ ନଆସିବା ପର୍ଯ୍ୟନ୍ତ କାହା ସପକ୍ଷରେ କିଛି କହିବା କାଠିକର ପାଠ ଅଟେ।

ତେବେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ଉତ୍ତରପ୍ରଦେଶ ବିଧାନସଭାର ମୋଟ ୪୦୩ଟି ସିଟରୁ ବିଜେପି ୨୬୩ଟି ସିଟରେ ଆଗରେ ରହିଥିବାବେଳେ ଉତ୍ତରାଖଣ୍ଡରେ ମୋଟ ୭୦ଟି ସିଟରୁ ବିଜେପି ୪୨ଟି ସିଟରେ ଆଗରେ ରହିଛି । ମଣିପୁରର ମୋଟ ୬୦ଟି ସିଟରୁ ବିଜେପି ୨୮ଟିରେ ଆଗରେ ରହିଛି ସେହିପରି ଗୋଆର ମୋଟ ୪୦ଟି ସିଟରୁ ବିଜେପି ୧୮ଟିରେ ଆଗରେ ରହିଛି । ମାତ୍ର ପଞ୍ଜାବରେ ଏକଜିଟ୍ ପୋର୍ଟ ସର୍ଭେ ରିପୋର୍ଟ ଅନୁଯାୟୀ ପଞ୍ଜାବର ମୋଟ ୧୧୭ଟି ସିଟରୁ ଆମ ଆଦମୀ ପାର୍ଟି (ଏଏପି) ୮୯ଟିରେ ଆଗରେ ରହିଥିବା ବେଳେ କଂଗ୍ରେସ ୧୪ଟିରେ ଓ ବିଜେପି ୩ଟିରେ ଆଗରେ ରହିଛନ୍ତି ।

ତେବେ ବର୍ତ୍ତମାନର ସମସ୍ତ ରିପୋର୍ଟକୁ ଆଧାର କଲେ ଜଣାପଡ଼ୁଛି ଯେ, ବିଜେପି ୫ଟି ରାଜ୍ୟ ମଧ୍ୟରେ ୪ଟି ରାଜ୍ୟରେ ଆଗରେ ରହିଛି । ଯଦି ଏହି ଫଳାଫଳ ଆଗକୁ କାଏମ୍ ରହେ ତେବେ ବିଜେପି ଉକ୍ତ ରାଜ୍ୟମାନଙ୍କରେ ସରକାର ଗଠନ କରିପାରେ । ତେବେ ଶେଷ ମୁହୂର୍ତ୍ତରେ କେଉଁ ଆସନରେ କେଉଁ ଦଳର ବାଜି ନ ପଲଟିବ, ତାହା ବର୍ତ୍ତମାନ ଠାରୁ କହି ହେବ ନାହିଁ ।

Show More

Related Articles

Back to top button