Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ଉତ୍ତରପ୍ରଦେଶରେ ବିଜେପି ୧୭୬ ଆସନରେ ଆଗୁଆ ରହିଛି

ଉତ୍ତରପ୍ରଦେଶରେ ବିଜେପି ୧୭୬ ଆସନରେ ଆଗୁଆ ଥିବାବେଳେ ଏସପି ୭୭ ଆସନରେ ଆଗୁଆ ରହିଛି ।

ଉତ୍ତରପ୍ରଦେଶରେ ବିଜେପି ୧୭୬ ଆସନରେ ଆଗୁଆ ଥିବାବେଳେ ଏସପି ୭୭ ଆସନରେ ଆଗୁଆ ରହିଛି । ଯେତେବେଳେକି ବିଏସପି ୩, କଂଗ୍ରେସ ୩ ଓ ଅନ୍ୟ ଦଳ ୨ ଆସନରେ ଆଗୁଆ ରହିଛନ୍ତି । ଉତରପ୍ରଦେଶରେ ୪୦୩ ବିଧାନସଭା ଆସନ ରହିଛି ।  ଗତ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୩୧୨ ଆସନରେ ବାଜିମାତ କରିଥିବାବେଳେ ବହୁଜନ ସମାଜ ପାର୍ଟି ୧୯ ଆସନରେ ଜିତିଥିଲା । ଯେତେବେଳେକି ସମାଜବାଦୀ ପାର୍ଟିକୁ ୪୭ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା । ଭାରତୀୟ ଜାତୀୟ କଂଗ୍ରେସ ୭ ଆସନରେ ଜିତିଥିବାବେଳେ ସ୍ୱାଧୀନ ଭାବେ ୩ ଜଣ ଜିଣିଥିଲେ । ଅପରପକ୍ଷରେ ରାଷ୍ଟ୍ରୀୟ ଲୋକ ଦଳକୁ ଗୋଟିଏ, ଅପନା ଦଳକୁ ୯ଟି, ସୁହେଲଦେବ ଭାରତୀୟ ସମାଜ ପାର୍ଟିକୁ ୪ ଓ ନିର୍ବଳ ଭାରତୀୟ ଶୋଷିତ ହମରା ଆମ ଦଳକୁ ଗୋଟିଏ ଆସନ ମିଳିଥିଲା । ଭାରତୀୟ ଜନତା ପାର୍ଟି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରକାର ଗଢ଼ିଥିଲା ।

Show More

Related Articles

Back to top button