Breaking PLUSଦେଶବିଧାନସଭାରାଜନୀତି

ରାତି ପାହିଲେ ପ୍ରକାଶ ପାଇବ ୫ଟି ରାଜ୍ୟର ନିର୍ବାଚନୀ ଫଳାଫଳ

ଖୋଲିବ ନେତାଙ୍କ ଭାଗ୍ୟ

ରାତି ପାହିଲେ ପ୍ରକାଶ ପାଇବ ୫ଟି ରାଜ୍ୟର ନିର୍ବାଚନୀ ଫଳାଫଳ । ଖୋଲିବ ନେତାଙ୍କ ଭାଗ୍ୟ । ଏନେଇ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଉତ୍ତରପ୍ରଦେଶ ସମେତ ଉତ୍ତରାଖଣ୍ଡ,ଗୋଆ ଏବଂ ମଣିପୁରରେ ବର୍ତ୍ତମାନ ବିଜେପି ସରକାକ ଥିବାବେଳେ ପଞ୍ଜାବରେ ରହିଛି କଂଗ୍ରେସ ସରକାର ।  କିନ୍ତୁ ବୁଥ୍ ବାହୁଡା ମତ ଆଧାରରେ ବିଜୟକୁ ନେଇ ସ୍ପଷ୍ଟ ମତ ରଖୁଛନ୍ତି ନେତା । ବୁଥ ବାହୁଡା ମତାମତକୁ ନେଇ ପଞ୍ଜାବରେ ଆପ ଦଳ ବାଜି ମାରିବ ବୋଲି ଦାବି କରୁଛନ୍ତି ଆପ୍ ନେତା । ସେପଟେ ମଣିପୁର, ଉତ୍ତରାଖଣ୍ଡ ଓ ଗୋଆକୁ ନେଇ ମଧ୍ୟ ଜାରି ରହିଛି ବୟାନ ବାଜି ।

ସକାଳ ୮ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବେଲ୍ଟର ଓ ପରେ ଇଭିଏମ୍ ଭୋଟିଂର ଗଣତି କରାଯିବ ।  ଭୋଟ ଗଣତି ସମୟରେ ଗଣତି କେନ୍ଦ୍ରଗୁଡିକରେ ପୋଲିସ ଫୋର୍ସ ମୁତୟଲ ହେବାସହ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ସମୟରେ କୌଣସି ଗୋଷ୍ଠୀଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ।

ଗୁରୁବାର ପ୍ରକାଶ ପାଇବ ନିର୍ବାଚନୀ ଫଳାଫଳ । ଉତ୍ତରପ୍ରଦେଶ ସମେତ ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁର ବିଧାନସଭା ନିର୍ବାଚନର ଫଳାଫଳ ଉପରେ ରହିଛି ସଭିଁଙ୍କ ନଜର । କିଏ ହାରିବ ଏବଂ କିଏ ବାଜି ମାରିବ , ସେ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । କାରଣ ଏହି ୫ଟି ରାଜ୍ୟର ଫଳାଫଳ ସ୍ପଷ୍ଟ କରିବ ଆସନ୍ତା ସାଧାରଣ ନିର୍ବାଚନରେ କେଉଁ ଦଳର ପ୍ରଭାବ ଅଧିକ ରହିବ । ଖାସ୍ କରି ସମସ୍ତଙ୍କ ନଜର ରହିଛି ଉତ୍ତରପ୍ରଦେଶ ଏବଂ ପଞ୍ଜାବ ଉପରେ ।

Show More

Related Articles

Back to top button