ଦେଶ ବିଦେଶପାଣିପାଗ

ଭୋପାଲରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଥଣ୍ଡା

ଅକ୍ଟୋବରରେ ୧୩.୪ ଡିଗ୍ରି ସେଲସିୟସକୁ ଖସିଲା ପାରଦ

ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ୧୦ ବର୍ଷର ରେକର୍ଡ ଭାଙ୍ଗିଛି ଥଣ୍ଡା । ଅକ୍ଟୋବର ୨୭ ରାତିରେ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୩.୪ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ଉତ୍ତର ଭାରତର ପାର୍ବତ୍ୟାଞ୍ଚଳରେ ତୁଷାରପାତ ଓ ବର୍ଷା ପରେ ବହୁଥିବା ଉତ୍ତରା ପବନ ଯୋଗୁ ତାପମାତ୍ରାରେ ଏପରି ହ୍ରାସ ଦେଖା ଦେଇଥିବା ପାଣିପାଗ ବିଭାଗ କହିଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ ଆଗକୁ ୩ରୁ ୪ ଦିନ ପର୍ଯ୍ୟନ୍ତ ଏଠାରେ ପାଗର ମିଜାଜ ଏପରି ରହିବ। ପାଣିପାଗ ବିଭାଗ ଅଧିକାରୀଙ୍କ ଅନୁସାରେ ରାଜଧାନୀ ଭୋପାଲରେ ଗୁରୁବାରର ସର୍ବାଧିକ ତାପମାତ୍ରା ୨୮.୩ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଛି। ଅକ୍ଟୋବରର ସାଧାରଣ ତାପମାତ୍ରାଠାରୁ ଏହା ପ୍ରାୟ ୨ରୁ ୩ ଡିଗ୍ରି କମ୍ ବୋଲି ଅଧିକାରୀ କହିଛନ୍ତି। ଗତକାଲି ଅର୍ଥାତ ବୁଧବାରର ତାପମାତ୍ରା ଠାରୁ ୧.୨ ଡିଗ୍ରି ସେଲସିୟସ୍ ତଳକୁ ଓହ୍ଲାଇଛି।

ସେହିପରି ନ୍ୟୁତନ ତାପମାତ୍ରାରେ ମଧ୍ୟ ୪ରୁ ୬ ଡିଗ୍ରି ସେଲସିୟସ ହ୍ରାସ ହୋଇଥିବା ପାଣିପାଗ ବିଭାଗ କହିଛନ୍ତି। ଗତଦିନରେ ପାହାଡମାନଙ୍କରେ ହୋଇଥିବା ଭୀଷଣ ହୀମପାତ ସମଗ୍ର ପରିବେଶକୁ ଶୀତଳ କରିଦେଇଛି। ବୁଧବାରଠାରୁ ରାଜ୍ୟକୁ ଉତ୍ତରା ପବନ ବହୁଥିବା ବେଳେ ତାପମାତ୍ରା ହ୍ରାସ କରିଛି। ଫଳରେ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ହ୍ରାସ ହେବାରେ ଲାଗିଛି। ଏଥିରେ ରାଜ୍ୟର ରାୟସେନରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ସେଲସିୟସ ରେକର୍ଡ ହୋଇଥିବା ପାଣିପାଗ ବିଭାଗ କହିଛନ୍ତି। ନଭେମ୍ବର ପହିଲାରେ ହେବାକୁ ଥିବା ୱେଷ୍ଟର୍ଣ୍ଣ ଡିଷ୍ଟ୍ରବାନ୍ସ ଯୋଗୁ ପବନର ଦିଗ ବଦଳିବାର ଆଶା କରାଯାଉଛି। ଏପରି ହେଲେ ତାପମାତ୍ରାରେ ସୁଧାର ହୋଇପାରେ ବୋଲି ପାଣିପାଗ ବିଭାଗ କହିଛନ୍ତି।

Show More

Related Articles

Back to top button