Breaking PLUSଦେଶ ବିଦେଶମୁଖ୍ୟ ଖବର

ଇସ୍ରାଏଲର ବଦ୍‌ଲା, ଇସଫାହନ ସହରରେ ମିସାଇଲ୍ ଆଟାକ୍

ନୂଆଦିଲ୍ଲୀ :ପ୍ରତିଶୋଧ ନେଲା ଇସ୍ରାଏଲ । ଇସ୍ରାଏଲ ଶୁକ୍ରବାର ସକାଳେ ଇରାନ ଉପରେ ଆକ୍ରମଣ କରିଦେଇଛି । ଇରାନର ଇସଫାହନ ସହରରେ ଥିବା ଏକ ବିମାନବନ୍ଦରକୁ ମିସାଇଲ ମାଡ କରିଛି ଇସ୍ରାଏଲ । ସପ୍ତାହେ ତଳେ ମିସାଇଲ ଓ ଡ୍ରୋନ୍ ଆକ୍ରମଣ ପରେ ଇସ୍ରାଏଲ ଆଜି ଜବାବରେ ପାଲଟା ଆକ୍ରମଣ କରିଛି ।

ଇରାନର ସରକାରୀ ଏଜେନ୍ସି ଫାର୍ସର ସୂଚନା ଅନୁସାରେ ଇସଫାହନ ସହରରେ ଉତ୍ତର-ପଶ୍ଚିମ ଭାଗରେ ୩ ଥର ବିସ୍ଫୋରଣ ଶୁଣିବାକୁ ମିଳିଥିଲା । ଏହି ଅଞ୍ଚଳରେ ଅନେକ ଅଫିସର କୋଠାର ଝରକା ମଧ୍ୟ ଭାଙ୍ଗିଥିବା ଖବର ସାମ୍ନାକୁ ଆସିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button