Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୬୫ କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ତଳକୁ ଖସିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୩୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୮ ବର୍ଷ ମଧ୍ୟରେ ୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂତନ ୩୬୫ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୨ ଜଣ ସଂକ୍ରମିତ କ୍ୱାରେଣ୍ଟାଇନ୍‌ରୁ ଥିବା ବେଳେ ୧୫୩ ଟି ଲୋକାଲ୍‌ କେସ୍‌ ରହିଛି ।

ତେବେ ଏହି ନୂତନ ସଂକ୍ରମିତଙ୍କ ଭିତରେ ଖୋର୍ଦ୍ଧାରୁ ସର୍ବାଧିକ ୧୫୭, ଅନୁଗୁଳରୁ ୧, ବାଲେଶ୍ୱରରୁ ୨, ବରଗଡରୁ ୧, ଭଦ୍ରକରୁ ୭, କଟକରୁ ୩୪, ଦେଓଗଡରୁ ୬, ଢେଙ୍ଗାନାଳରୁ ୪, ଗଞ୍ଜାମରୁ ୫, ଜଗତସିଂହପୁରରୁ ୧୩, ଯାଜପୁରରୁ ୧୦, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୩ କେନ୍ଦ୍ରାପଡ଼ାରୁ ୨୦, କୋରାପୁଟରୁ ୪, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୩, ନୟାଗଡରୁ ୧, ନୂଆପଡ଼ାରୁ ୩, ପୁରୀରୁ ୧୦, ରାୟଗଡାରୁ ୧, ସମ୍ବଲପୁରରୁ ୧୦, ସୋନପୁରରୁ ୧, ସୁନ୍ଦରଗଡରୁ ୮ ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button