ଖେଳଦେଶ ବିଦେଶ

୨୦୨୩ରେ ମହିଳା ଆଇପିଏଲ

୬ଟି ଟିମ୍‌କୁ ନେଇ ଆରମ୍ଭ ହୋଇପାରେ ଟୁର୍ଣ୍ଣାମେଣ୍ଟ

ଆଇପିଏଲର ୧୫ଟି ସଂସ୍କରଣ ଲୋକପ୍ରିୟତା ଶିଖର ଛୁଇଁବା ପରେ ବିସିସିଆଇ ମହିଳା ଆଇପିଏଲ୍‌ ଆୟୋଜନ କରିବା ପାଇଁ ପ୍ରସ୍ତୁତ ହେଉଛି । ଆସନ୍ତା ସିଜନରୁ ମହିଳା ଆଇପିଏଲ୍‌ ଆୟୋଜନ କରାଯିବ ବୋଲି ବିସିସିଆଇ ଘୋଷଣା କରିସାରିଛି । ବର୍ତ୍ତମାନ ଉପଯୁକ୍ତ ସମୟ ଖୋଜା ଆରମ୍ଭ ହୋଇଛି । ଗତ କିଛି ଦିନ ହେଲା ମହିଳା ଆଇପିଏଲ୍‌ ପାଇଁ ବୈଠକ ଚାଲିଛି । ମୋଟ୍‌ ୬ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ । ଗତ ରବିବାର ଅନୁଷ୍ଠିତ ଆଇପିଏଲ୍‌ ଫାଇନାଲ୍‌ ସମୟରେ ମହିଳା ଆଇପିଏଲ୍‌ ପାଇଁ ସମୟ ବାହାର କରିବାକୁ ଆଲୋଚନା ହୋଇଥିଲା ।

ପ୍ରାଥମିକ ପର୍ଯ୍ୟୟରେ ମାର୍ଚ୍ଚ/ଏପ୍ରିଲ୍‌ କିମ୍ବା ସେପ୍ଟେମ୍ବର/ଅକ୍ଟୋବର ମଧ୍ୟରୁ ଗୋଟିଏ ସମୟକୁ ଚୟନ କରାଯିବ । ବିସିସିଆଇ ମହିଳା ଆଇପିଏଲ୍‌ ପାଇଁ ସମୟ ଚୂଡ଼ାନ୍ତ କରିବା ପୂର୍ବରୁ ଆଇସିସି ସହ ମଧ୍ୟ ଆଲୋଚନା କରିବାର ଯୋଜନା ରହିଛି । ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ମହିଳା ଆଇପିଏଲ୍‌ ଆୟୋଜନ ହୋଇନଥିଲେ ହେଁ ମହିଳା ଖେଳାଳିଙ୍କୁ ନେଇ ଏକ ୩ ଦଳ ବିଶିଷ୍ଟ ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜର୍ସ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟ ଲୋକପ୍ରିୟତା ହାସଲ କରିଛି ।

Show More

Related Articles

Back to top button