ବାଣିଜ୍ୟମୁଖ୍ୟ ଖବର

ମେ ମାସରେ ପେଟ୍ରୋଲ-ଡିଜେଲର ହୋଇଛି ରେକର୍ଡ ବିକ୍ରି

ଦେଶରେ ପେଟ୍ରୋଲ ଓ ଡିଜେଲ ବିକ୍ରି ମେ ମାସରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥିଲା। ଗ୍ରୀଷ୍ମର ପ୍ରକୋପ ସାଙ୍ଗକୁ ସ୍କୁଲ, କଲେଜ ଛୁଟି ଯୋଗୁ ଲୋକେ ଅନ୍ୟ ସହର ବୁଲି ଯିବା ଯୋଗୁ ତୈଳ କାରବାର ଢେର ବଢିଛି।

ସାର୍ବଜନିକ କ୍ଷେତ୍ରର ପେଟ୍ରୋଲିୟମ କମ୍ପାନୀଙ୍କ ଖୁଚୁରା ଇନ୍ଧନ ବିକ୍ରିର ପ୍ରାରମ୍ଭିକ ତଥ୍ୟ ଅନୁସାରେ ମେ ମାସରେ ୨୮ ଲକ୍ଷ ଟନ ପେଟ୍ରୋଲ ବିକ୍ରି ହୋଇଛି। ଯାହା ଗତବର୍ଷର ଏହି ମାସ ତୁଳନାରେ ୫୫.୭ ପ୍ରତିଶତରୁ ବି ଅଧିକ। ଗତବର୍ଷ କୋଭିଡ-୧୯ର ଦ୍ୱିତୀୟ ଲହର ଯୋଗୁ ଅର୍ଥ ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପଡିଥିଲା। ଖୁଚୁରା ଇନ୍ଧନ କାରବାରରେ ସାର୍ବଜନିକ କ୍ଷେତ୍ରର ବଜାର ଭାଗିଦାରୀ ପ୍ରାୟ ୯୦ ପ୍ରତିଶତ। ଦେଶରେ ସର୍ବାଧିକ ଖର୍ଚ୍ଚ ହେଉଥିବା ଇନ୍ଧନ ଡିଜେଲ ବିକ୍ରି ମେ ମାସରେ ବାର୍ଷିକ ଆଧାରରେ ୩୯.୪ ପ୍ରତିଶତରୁ ବଢି ୬୮.୨ ଲକ୍ଷ ଟନ ବିକ୍ରି ହୋଇଛି।

ଯାହା ଗତ ଏପ୍ରିଲ ମାସର ୬୭ ଟନ ତୁଳନାରେ ୧.୮ ପ୍ରତିଶତ ଅଧିକ । ତେବେ ଏହି ବିକ୍ରି ମେ ୨୦୧୯ ତୁଳନାରେ ୨.୯ ପ୍ରତିଶତ କମ ବୋଲି ଜଣାପଡିଛି। ଉଦ୍ୟୋଗ ସୂତ୍ରାନୁସାରେ ଗତ ମାସରେ ଉଚ୍ଚ ମୂଲ୍ୟ ପରେ ଦର ହ୍ରାସ ମେ ମାସରେ ତୈଳ ଖର୍ଚ୍ଚ ବୃଦ୍ଧି କରିଛି। ତେବେ ଏପ୍ରିଲ ମାସରେ ଖର୍ଚ୍ଚ କମ ରହିବା ଯୋଗୁ ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ୧୦ ଟଙ୍କା ଦରବୃଦ୍ଧି ହୋଇଥିଲା। ତେବେ ଦୀର୍ଘ ୪ ମାସର ବ୍ୟବଧାନ ପରେ ଏହି ଦର ବୃଦ୍ଧି ହୋଇଥିଲା। ତେବେ ଚାହିଦା ବଢିବାର ମୁଖ୍ୟ କାରଣ ହେଲା ଗ୍ରୀଷ୍ମରେ ଗରମ ବୃଦ୍ଧି ହେବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛୁଟି ହୋଇଯାଇଥିଲା। ଏଣୁ ଲୋକେ ପରିବାର ସହ ବାହାରକୁ ବୁଲାବୁଲି ଲାଗି ପ୍ଲାନିଂ କରିପାରିଲେ ବୋଲି କୁହାଯାଇଛି। ଏଣୁ ଲୋକଙ୍କ ଯାତ୍ରା ବଢିବା ସହ ତୈଳ ବିକ୍ରି ମଧ୍ୟ ବଢିଥିଲା।

Show More

Related Articles

Back to top button