Breaking PLUSମୁଖ୍ୟ ଖବରସେଲିବ୍ରିଟି

ସାଂସଦ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡିବେ ବର୍ଷା ପ୍ରିୟଦର୍ଶିନୀ

ଶେଷରେ ସାଂସଦ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡ଼ିବେ ବର୍ଷା ପ୍ରିୟଦର୍ଶିନୀ । ଏବେ ଅନୁଭବଙ୍କ ପୈତୃକ ଘରେ ବର୍ଷା ରହୁଥିବାବେଳେ ଅନୁଭବ ଓ ତାଙ୍କ ପରିବାର ଲୋକମାନେ ଭଡ଼ା ଘରେ ରହୁଛନ୍ତି । ବର୍ଷା ପୈତୃକ ଘର ଛାଡ଼ନ୍ତୁ ବୋଲି ଅନୁଭବ ଏସଡିଜେଏମ କୋର୍ଟରେ ପିଟିସନ କରିଥିଲେ । କୋର୍ଟ ଏହି ପିଟିସନ ଗ୍ରହଣ କରି ରାୟ ଶୁଣାଇଛନ୍ତି । ପ୍ରତିମାସରେ ବର୍ଷାଙ୍କୁ ଅନୁଭବ ଘରଭଡ଼ା ବାବଦରେ ୩୦ ହଜାର ଟଙ୍କା ଦେବେ । ପ୍ରତି ମାସର ୧୦ ତାରିଖ କିମ୍ବା ତାହା ପୂର୍ବରୁ ୩୦ ହଜାର ଟଙ୍କା ଅନୁଭବ ଦେବେ । ଘରଭଡ଼ା ପାଇବାର ଦୁଇ ମାସ ମଧ୍ୟରେ ବର୍ଷା ଘର ଛାଡ଼ିବେ ବୋଲି କୋର୍ଟ କହିଛନ୍ତି । ପୂର୍ବରୁ ଅନୁଭବ ଏକ ଭିଡ଼ିଓ ମାଧ୍ୟମରେ ଘର ଛାଡ଼ିବାକୁ ବର୍ଷାଙ୍କୁ କହିଥିଲେ । ବର୍ଷା ଚାହିଁଲେ ସେ ତିନି ବିଏଚକେ ଘର ଦେବେ ବୋଲି କହିଥିଲେ । ନିଜ ଘର ଥାଇବି ସେ ପରିବାର ସହ ଭଡ଼ା ଘରେ ରହୁଛନ୍ତି ବୋଲି ଅନୁଭବ ଭିଡ଼ିଓରେ କହିଥିଲେ । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବାବେଳେ ଅନୁଭବ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅନୁଭବଙ୍କ ପୈତୃକ ଘର ଉପରେ ତାଙ୍କ ପରିବାର ସହ ବଡ଼ବାପାଙ୍କର ମଧ୍ୟ ହକ ରହିଛି । କିନ୍ତୁ ବର୍ଷା ସେହି ଘରେ ରହୁଥିବାରୁ ସେମାନଙ୍କ ପାଇଁ ସମସ୍ୟା ହେଉଛି ବୋଲି ଅନୁଭବଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା କରାଯାଇଥିଲା ।

 

Show More

Related Articles

Back to top button