ବାଣିଜ୍ୟ

ଆଇଫୋନ୍‌ କିଣୁଥିଲେ ଦେଖିନିୟନ୍ତୁ ଏହି ସବୁ ମଡେଲ୍‌ ?

ମିଳିବ ଶସ୍ତାରେ…

ସାଧାରଣତଃ ସମସ୍ତେ ଫୋନ୍‌ ପାଇଁ ପାଗଳ । ଯାହାକୁ ଦେଖିବ ଭିନ୍ନ ଭିନ୍ନ ନୂଆ ଫୋନ୍‌ କିଣୁଛନ୍ତି । ସ୍ମାର୍ଟଫୋନ୍ ବ୍ରାଣ୍ଡ ଆପଲ୍ ଆଇଫୋନ୍ କିଣିବାକୁ ପ୍ରାୟ ସମସ୍ତଙ୍କ ଇଚ୍ଛା। କିନ୍ତୁ ଆପଣ ଯଦି କିଣିବାକୁ ଚାହୁଁଛନ୍ତି । ତାହାଲେ ବଜାରରେ ଉପଲବ୍ଧ ସର୍ବୋତ୍ତମ ଆଇଫୋନ୍ ବିଷୟରେ କହିବାକୁ ଯାଉଛୁ । ଯାହା ଅଫରକୁ ନେଇ ସଠିକ୍‌ ଟଙ୍କାରେ ପାଇ ପାରିବେ । ଯାହା ଦ୍ଵାରା ଆପଣ କେଉଁ ମଡେଲ୍‌ କିଣିବେ ତାହା ମଧ୍ୟ ସ୍ଥିର କରି ପାରିବେ । ଆଇଫୋନ୍ SE ର ୬୪ ଜିବି ଭାରିଆଣ୍ଟର ମୂଲ୍ୟ ୪୩,୯୦୦ ଟଙ୍କା । ଏହି ଫୋନ୍ ମଧ୍ୟ ସମାନ ମୂଲ୍ୟରେ ଫ୍ଲିପକାର୍ଟରେ ମଧ୍ୟ ବିକ୍ରି ହେଉଛି । ହେଲେ ଅଫର ସହିତ, ଆପଣ ୧୬,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ । କାହିଁକି ନା ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ, କ୍ରେଡିଟ କାର୍ଡ ୟୁଜର୍ସଙ୍କୁ ୫% କ୍ୟାସବ୍ୟାକ୍ ଦେଉଛି । ଯାହା ମୋଟ ଉପରେ, ଆଇଫୋନ୍ SE (୬୪ଜିବି) ୨୭,୫୦୦ କମ୍ ମୂଲ୍ୟରେ ହୋଇପାରେ । ଆଇଫୋନ୍‌ ୧୩ -୧୨୮ ଜିବି ଷ୍ଟୋରେଜ୍ ଥିବା ମଡେଲ୍‌ ୭୯,୯୦୦ ଟଙ୍କା ବଦଳରେ ୭୪,୯୦୦ ଟଙ୍କାରେ ବିକ୍ରି ହେଉଛି । ଏକ୍ସଚେଞ୍ଜ ଅଫରରୁ ୧୬,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ ଏବଂ ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ କାର୍ଡରୁ ୫% କ୍ୟାସବ୍ୟାକ୍ ମିଳିପାରିବ । ଆପଣ ୨୧,୦୦୦ ରୁ ଅଧିକ ରିହାତିରେ ଆଇଫୋନ୍ ୧୩ (୧୨୮ ଜିବି) କିଣି ପାରିବେ ।ଆଇଫୋନ୍ -୧୩ର ‘ମିନି’ ମଡେଲ୍ ଏହାର ଲଞ୍ଚ ମୂଲ୍ୟରେ ବିକ୍ରି ହେଉଛି ଯଥା ୬୯,୯୦୦ ଟଙ୍କା ।

ଏକ୍ସଚେଞ୍ଜ୍ ଅଫର ସହିତ ଏହାର ମୂଲ୍ୟ ୧୬,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇପାରେ ଏବଂ ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କରି ଅନ୍ୟ ୫% କ୍ୟାସବ୍ୟାକ୍ ମିଳିପାରିବ । ଆଇଫୋନ୍ 13 ମିନି (୧୨୮ ଜିବି) ପ୍ରାୟ ୫୦,୦୦୦ ଟଙ୍କାରେ କିଣାଯାଇପାରିବ । ଆଇଫୋନ୍ ୧୨ର ୬୪ଜିବି ମଡେଲ୍‌ ଫ୍ଲିପକାର୍ଟରେ ୬୫,୯୦୦ ଟଙ୍କା ବଦଳରେ ୫୯,୯୯୯ ଟଙ୍କାରେ କିଣାଯାଇପାରିବ । ଅଫର ସହ ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କରି ୫% କ୍ୟାସବ୍ୟାକ୍ ମଧ୍ୟ ପାଇପାରିବେ । ଆଇଫୋନ୍ ୧୧ (୬୪ ଜିବି) ୪୭,୯୯୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏହାର ମୂଳ ମୂଲ୍ୟ ୪୯,୯୦୦ ଟଙ୍କା । ଏକ୍ସଚେଞ୍ଜ ଅଫର ସହିତ ୧୬,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହୋଇପାରିବ। ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ, କ୍ରେଡିଟ କାର୍ଡ ବ୍ୟବହାରକାରୀମାନେ ମଧ୍ୟ ଏହି ଡିଲରେ ୫% କ୍ୟାସବ୍ୟାକ୍ ପାଇପାରିବେ । ତେବେ ୧୨୮ ଜିବି ଷ୍ଟୋରେଜ୍ ବିଶିଷ୍ଟ ଆଇଫୋନ୍ XR ବର୍ତ୍ତମାନ ୧୪% ରିହାତି ପରେ ମଧ୍ୟ ୪୪,୯୯୯ ଟଙ୍କାରେ କିଣାଯାଇପାରିବ। ପୁରୁଣା ସ୍ମାର୍ଟଫୋନ୍ ବଦଳରେ ଏହାକୁ କିଣି ଆପଣ ୧୩ ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ । ଯଦି ଆପଣ ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ୫% କ୍ୟାସବ୍ୟାକ୍ ମିଳିବ ।

Show More

Related Articles

Back to top button