ବାଣିଜ୍ୟ

ମଧୁମେହ ସହିତ ବିଭିନ୍ନ ବେମାରୀର ଚିକିତ୍ସାରେ ଆବଶ୍ୟକ ୧୫ ପ୍ରକାର ଔଷଧର ଖୁଚୁରା ମୂଲ୍ୟ ନିର୍ଦ୍ଧାରିତ

ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ମଧୂମେହ ସମେତ ବିଭିନ୍ନ ରୋଗର ଚକିତ୍ସାରେ ଆବଶ୍ୟକ ୧୫ ପ୍ରକାରର ଔଷଧର ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ଏନପିପିଏ ମଙ୍ଗଳବାର ଏହି ସୂଚନା ଦେଇଥିବା ବେଳେ ଏଥିଲାଗି ମାର୍ଚ୍ଚ ଶେଷ ସପ୍ତାହରେ ଅନୁଷ୍ଠିତ ବୈଠକରେ ଦର ନିର୍ଦ୍ଧାରିତ ହୋଇଥିବା କହିଛନ୍ତି।

ଯେଉଁ କମ୍ପାନୀମାନେ ଏହି ଔଷଧ ସବୁ ପ୍ରସ୍ତୁତ କରୁଛନ୍ତି ଏବେ ଏନପିପିଏଙ୍କ ସୁପାରିସ ଅନୁସାରେ ନୂଆ ଖୁଚୁରା ମୂଲ୍ୟ ଧାର୍ଯ୍ୟ କରିବେ ବୋଲି କହିଛନ୍ତି। ୨୪ ମାର୍ଚ୍ଚରେ ଅନୁଷ୍ଠିତ ଏନପିପିଏଙ୍କ ୯୬ତମ ବୈଠକରେ ଔଷଧ ମୂଲ୍ୟ ନିୟନ୍ତ୍ରଣ ଆଦେଶ ୨୦୧୩ ଅନୁସାରେ ୧୫ ପ୍ରକାର ଔଷଧର ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ନିର୍ଦ୍ଧାରିତ ମୂଲ୍ୟ ଅନୁସାରେ ଆସୋସିଏଟେଡ ବାୟୋଟେକ୍, ଡେଲସ୍ ଲାବୋରଟେରିଜ ଦ୍ୱାରା ପ୍ରସ୍ତୁତ ଓ ବିତରିତ ମେଟାଫର୍ମିନ ସମେତ ଟେନେଲୀଗ୍ଲିପ୍ଟିନ ପ୍ରତି ଟାବଲେଟର ମୂଲ୍ୟ ୭ଟଙ୍କା ୧୪ ପଇସା ନିର୍ଦ୍ଧାରିତ ହୋଇଛି। ସେହିପରି ଡେପାଗ୍ଲିଫ୍ଲୋଜିନ୍ ସହିତ ମେଟାଫର୍ମିନ ହାଇଡ୍ରୋକ୍ଲୋରାଇଡ ପ୍ରତି ଟାବଲେଟ୍ ଦର ୧୦ଟଙ୍କା ୭ ପଇସା ଧାର୍ଯ୍ୟ ହୋଇଛି।

ଏହି ଉଭୟ ଔଷଧ ମଧୂମେହ ଚିକିତ୍ସାରେ ଉପଯୋଗୀ ହୋଇଥାଏ। ଏହା ଛଡା ଏନପିପିଏ ଯେଉଁ ଅନ୍ୟ ଔଷଧଗୁଡିକର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ସେଥିରେ ହ୍ୟୁମାନ ନର୍ମାଲ ଇମ୍ୟୁନୋଗ୍ଲୋବୁଲିନ, ନେଡ୍ରୋକ୍ସିପ୍ରୋଜେଷ୍ଟେରନ ଓ ଏସିଟେଟେ ଆଦି ଔଷଧ ରହିଛି। ଔଷଧ ନିର୍ମାତା କମ୍ପାନୀମାନେ ନିୟାମକଙ୍କ ଇଣ୍ଟିଗ୍ରେଟେଡ ଡାଟାବେସ୍ ପ୍ରବନ୍ଧନ ପ୍ରଣାଳୀ (ଆଇପିଡିଏମଏସ୍) ମାଧ୍ୟମରେ ମୂଲ୍ୟ ସୂଚୀ ଜାରି କରିବେ। ଯାହାର ଗୋଟିଏ ନକଲ ସେମାନେ ଔଷଧ ନିୟନ୍ତ୍ରକ ଓ ଡିଲରଙ୍କୁ ପ୍ରଦାନ କରିବେ।

Show More

Related Articles

Back to top button