Breaking PLUSଦେଶମୁଖ୍ୟ ଖବର

ପୁଣି ଥରେ ଆଲୋଚନା ପାଇଁ ବିକ୍ଷୋଭକାରୀ ଚାଷୀଙ୍କୁ ସରକାରଙ୍କ ଅପିଲ

ନୂଆଦିଲ୍ଲୀ, 21 ଫେବୃଆରୀ – କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ପଂଚମ ପର୍ଯ୍ୟାୟରେ ଆଲୋଚନା ପାଇଁ ଚାଷୀଙ୍କୁ ଅନୁରୋଧ କରିଛନ୍ତି । ଏକ ବୟାନରେ ମନ୍ତ୍ରୀ କହିଛନ୍ତି ଯେ, ସରକାର ମାମଲାର ସମାଧାନ ଚାହୁଁଛନ୍ତି । ଶାନ୍ତି ପ୍ରତିଷ୍ଠା କରିବା ପାଇଁ ସେ ଚାଷୀଙ୍କୁ ଅନୁରୋଧ କରିଛନ୍ତି ।
ମୁଣ୍ଡା ବୁଧବାର ଏକ ବୟାନରେ କହିଛନ୍ତି ଯେ, ସରକାର ଚତୁର୍ଥ ପର୍ଯ୍ୟାୟ ପରେ ପଂଚମ ପର୍ଯ୍ୟାୟରେ ଆଲୋଚନାରେ ସମସ୍ତ ପ୍ରସଙ୍ଗ ଯେପରି କି ଏମଏସପିର ଦାବି, ଫସଲ ବିବିଧିକରଣ, ପରାଲି ବିଷୟ, ଏଫଆଇଆର ଉପରେ ଆଲୋଚନା ପାଇଁ ପ୍ରସ୍ତୁତ । ଆଲୋଚନା ମାଧ୍ୟମରେ ସମାଧାନ ବାହାର କରିହେବ । ସେ ଆଉଥରେ ଚାଷୀ ନେତାଙ୍କ ସହ ଆଲୋଚନା କରିବାକୁ ନିମନ୍ତ୍ରଣ କରିଛନ୍ତି ।

Show More

Related Articles

Back to top button