Breaking PLUSଦେଶମୁଖ୍ୟ ଖବର

ଫେବୃୟାରୀ 22 ଓ 23ରେ ଗୁଜରାଟ ଓ ଉତ୍ତରପ୍ରଦେଶକୁ କୋଟିକୋଟି ଟଙ୍କାର ଭେଟି ଦେବେ ପିଏମ ମୋଦି

ନୂଆଦିଲ୍ଲୀ, 21 ଫେବୃଆରୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ 22 ଓ 23ରେ ଗୁଜରାଟ ଓ ଉତ୍ତରପ୍ରଦେଶ ଗସ୍ତ କରିବେ । ଗୁଜରାଟରେ 48ହଜାର କୋଟି ଟଙ୍କାରୁ ଅଧିକର ଅନେକ ବିକାଶମୂଳକ ପରିଯୋଜନା ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ସହ କିଛି ଯୋଜନା ପାଇଁ ଶିଳାନ୍ୟାସ ପିଏମ ମୋଦି । ବାରଣାସୀ ଓ ଏହାର ଆଖପାଖ ଅଂଚଳ ପାଇଁ ପ୍ରଧାନମନ୍ତ୍ରୀ 13ହଜାର କୋଟି ଟଙ୍କାରୁ ଅଧିକର ଅନେକ ବିକାଶମୂଳକ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିବେ ।
ଗୁଜରାଟ ସହିତ ଜଡିତ ବିକାଶମୂଳକ ପରିଯୋଜନାରେ ରାଜ୍ୟରେ ସଡକ, ରେଳ, ଶକ୍ତି, ସ୍ୱାସ୍ଥ୍ୟ, ଇଣ୍ଟରନେଟ ଯୋଗାଯୋଗ, ସହରୀ ବିକାଶ, ଜଳ ଯୋଗାଣ ଓ ପର୍ଯ୍ୟଟନ ରହିଛି । ଗୁଜୁରାଟର କାକରାପାର ପରମାଣୁ ଶକ୍ତି କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଦୁଇଟି ନୂତନ ଚାପଯୁକ୍ତ ଭାରି ଜଳ ରିଆକ୍ଟର, କେଏପିଏସ-3 ଓ କେଏପିଏସ-4କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ଭଦୋଦରା ମୁମ୍ବାଇ ଏକ୍ସପ୍ରେସୱେ ଏବଂ ଭାରତ ନେଟ୍ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପର ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଦେଶକୁ ଉତ୍ସର୍ଗ କରିବେ ପିଏମ ମୋଦି ।
ସେହିପରି ବାରଣାସୀ ଓ ଏହାର ଆଖପାଖ ଅଂଚଳ ସହିତ ଜଡିତ ବିକାଶମୂଳକ ପରିଯୋଜନା କ୍ଷେତ୍ରରେ ସଡକ, ଉଦ୍ୟୋଗ, ପର୍ଯ୍ୟଟନ, କପଡା, ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ ।

Show More

Related Articles

Back to top button