Breaking PLUSଦେଶମୁଖ୍ୟ ଖବରରାଜନୀତି

ରାହୁଲ ଗାନ୍ଧୀଙ୍କ ନିକଟତମ ନିକେତ ପଟେଲ ବିଜେପିରେ ସାମିଲ

ରାମମନ୍ଦିର ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ ନେଇ ଥିଲେ ଅସନ୍ତୋଷ
ସୁରଟ, 21 ଫେବୃଆରୀ -ରାମମନ୍ଦିର ପ୍ରସଙ୍ଗରେ କଂଗ୍ରେସର ଉଦାସୀନ ମନୋଭାବକୁ ନେଇ ଅସନ୍ତୋଷ ବଢିଛି । ଲୋକସଭା ନିର୍ବାଚନ ପୂର୍ବରୁ ବଡ ବଡ ନେତାଙ୍କ ଠାରୁ ଆରମ୍ଭ କରି ତୃଣମୂଳସ୍ତରର କାର୍ଯ୍ୟକର୍ତ୍ତା କଂଗ୍ରେସ ଛାଡି ଗେରୁଆ ଧାରଣ କରୁଛନ୍ତି । ବୁଧବାର ସୁରଟରେ କଂଗ୍ରେସର ବରିଷ୍ଠ ନେତା ଓ ରାହୁଲ ଗାନ୍ଧିଙ୍କ ନକଟତର କୁହାଯାଉଥିବା ନିକେତ ପଟେଲ କଂଗ୍ରେସର ହାତ ଛାଡି ଦୁଇଶହରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ।
ସୁରଟ ସହର କାର୍ଯ୍ୟାଳୟରେ ବୁଧବାର ବିଜେପିର ପ୍ରଦେଶ ଅଧ୍ୟକ୍ଷ ସିଆର ପାଟିଲଙ୍କ ଉପସ୍ଥିତିରେ ନିକେତ ପଟେଲ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ନିକେତ ପଟେଲ କହିଛନ୍ତି ଯେ ରାମ ମନ୍ଦିର ପ୍ରସଙ୍ଗରେ କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ । ରାମ ମନ୍ଦିର ନିର୍ମାଣ ହେଉ କିମ୍ବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଏହା ଉପରେ କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନଥିଲା । ଯେଉଁଥିପାଇଁ ସେ ବହୁତ ଦୁଃଖିତ ଥିଲେ । ପଟେଲ କହିଛନ୍ତି ଯେ କଂଗ୍ରେସରେ ଗୋଷ୍ଠୀ ପୂର୍ବ ଭଳି ସମାନ। ଏହି ସବୁ ଜିନିଷକୁ ଧ୍ୟାନରେ ରଖି ତାଙ୍କ ମନ ଦୀର୍ଘ ସମୟ ଧରି ବ୍ୟଥିତ ଥିଲା । ଏହି ଅବସରରେ କଂଗ୍ରେସର ପୂର୍ବତନ କାଉନସିଲର ସୁନୀଲ ପଟେଲ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ।

Show More

Related Articles

Back to top button