ବାଣିଜ୍ୟ

ଏପ୍ରିଲ ପହିଲାରେ ଗ୍ରାହକଙ୍କୁ ଝଟ୍‌କା

୨୫୦ ଟଙ୍କା ବଢିଲା ଗ୍ୟାସ୍ ସିଲିଣ୍ଡର ଦାମ୍ !

ଏପ୍ରିଲ ପହିଲା ଗ୍ରାହକଙ୍କୁ ମହଙ୍ଗା ମାଡ । ସରକାରୀ ତୈଳ କମ୍ପାନୀମାନେ ଏଲପିଜି ସିଲିଣ୍ଡରର ଦାମ୍ ୨୫୦ ଟଙ୍କା ବୃଦ୍ଧି କରିଛନ୍ତି । ୧୯ କେଜି କମର୍ସିଆଲ ସିଲିଣ୍ଡର ବା ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ସିଲିଣ୍ଡର ଉପରେ ଏହି ଦାମ୍ ବଢିଛି । ଦାମ୍ ବୃଦ୍ଧି ପରେ ନୀଳ ରଙ୍ଗର ଏହି ସିଲିଣ୍ଡରର ଦାମ୍ ୨୨୫୩ ଟଙ୍କାରେ ପହଁଚିଛି । କମର୍ସିଆଲ ସିଲିଣ୍ଡରର ଦାମ୍ ବୃଦ୍ଧି ପାଇବା ପରେ କୋଲକାତାରେ ଦର ୨୩୫୧ ଟଙ୍କା, ମୁମ୍ବାଇରେ ୨୨୦୫ ଟଙ୍କା, ଚେନ୍ନାଇରେ ୨୪୦୬ ଟଙ୍କା ହୋଇଯାଇଛି । ଏହାପୂର୍ବରୁ ମାର୍ଚ୍ଚ ୧ରେ ମଧ୍ୟ କମର୍ସିଆଲ ସିଲିଣ୍ଡରର ଦାମ୍ ୧୦୫ ଟଙ୍କା ବଢିଥିଲା ।

ଏତତ୍ ବ୍ୟତୀତ ମାର୍ଚ୍ଚ ୨୨ରେ ସରକାର ଘରୋଇ ଗ୍ୟାସ୍ ସିଲିଣ୍ଡରର ଦାମ୍ ବୃଦ୍ଧି କରିବା ପରେ କମର୍ସିଆଲ ସିଲିଣ୍ଡରର ଦାମ୍ ୯ ଟଙ୍କା ଶସ୍ତା କରିଥିଲେ । ସୂଚନାଯୋଗ୍ୟ, ପୂର୍ବରୁ ମାର୍ଚ୍ଚ ୨୨ରେ ଗ୍ୟାସ୍ କମ୍ପାନୀ ଘରୋଇ ସିଲିଣ୍ଡର ବା ୧୪.୨ କେଜିର ସିଲିଣ୍ଡରର ଦାମ୍ ୫୦ ଟଙ୍କା ବଢାଇଥିଲେ । ଯାହା ପରେ ଦର ୯୪୯.୫୦ ଟଙ୍କା ହୋଇଥିଲା । ଯାହା ଫଳରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର କୋଲକାତାରେ ୯୭୬ ଟଙ୍କା, ମୁମ୍ବାଇ ୯୪୯.୫୦ ଟଙ୍କା, ଚେନ୍ନାଇରେ ୯୬୫.୫୦ ଟଙ୍କା ହୋଇଥିଲା ।

Show More

Related Articles

Back to top button