ଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

ଆଜିଠୁ ପୁରୀରେ ଗଡ଼ିବ ‘ମୋ ବସ୍’

ଶ୍ରୀକ୍ଷେତ୍ରବାସୀଙ୍କ ପାଇଁ ଖୁସିଖବର

ପୁରୀ: ଶ୍ରୀକ୍ଷେତ୍ରବାସୀଙ୍କ ପାଇଁ ଖୁସିଖବର । ଆଜିଠୁ ପୁରୀରେ ଗଡ଼ିବ ‘ମୋ ବସ୍’ । କଟକ ଓ ଭୂବନେଶ୍ୱର ପରି ପୁରୀରେ ମଧ୍ୟ ମୋ ବସ୍ ସେବା ଆରମ୍ଭ କରାଯାଇଛି । ଏନେଇ CRUT ପକ୍ଷରୁ ସୂଚନା ଜାରି ହୋଇଛି । ପୁରୀ ସହରବାସୀ ଏବଂ ପର୍ୟ୍ୟଟକଙ୍କୁ ସୁବିଧାରେ ଯାତାୟତ ସେବା ଯୋଗାଇବାକୁ ସହର ମଧ୍ୟରେ ମୋ ବସ୍ ସେବା ଆରମ୍ଭ କରାଯାଉଛି ।

ତେବେ ପ୍ରାଥମିକ ପର୍ୟ୍ୟାୟରେ ସହର ମଧ୍ୟରେ ଦୁଇଟି ରୁଟରେ ମୋ ବସ୍ ଚଳାଚଳ କରିବ । ବଳିଆପଣ୍ଡା ରୋଡ୍ ଓ ଷ୍ଟେସନକୁ ସଂଯୋଗ କରିବ ମୋ ବସ୍ । ରୁଟ୍ ନଂ ୫୨ରେ ପୁରୀ ବସ୍ ଷ୍ଚାଣ୍ଡରୁ ରେଳ ଷ୍ଚେସନ,ସମୁଦ୍ର କୂଳ,ସ୍ୱର୍ଗଦ୍ୱାର ଦେଇ ଲାଇଟ୍ ହାଉସ୍ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ରୁଟ୍ ନଂ ୫୩ରେ ମାଳତୀପୁରଠାରୁ ଅଠରନଳା ରୋଡ୍ ଦେଇ ପୁରୀ ବସ୍ ଷ୍ଚାଣ୍ଡ ପର୍ଯ୍ୟନ୍ତ ଗତି କରିବ । ଆଗକୁ ରୁଟ୍ ସଂଖ୍ୟା ବଢାଯିବା ସହ ଅନ୍ୟ ସହରରୁ ବି ପୁରୀକୁ ସିଧାସଳଖ ‘ମୋ ବସ’ ଚଳାଚଳ କରାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି CRUT ପକ୍ଷରୁ ସୂଚନା ଦିଆଯାଇଛି ।

 

Show More

Related Articles

Back to top button