ବାଣିଜ୍ୟ

ଡିସେମ୍ୱର ଯାଏଁ ବଢିଲା ଖାଇବା ତେଲର ଷ୍ଟକ୍ ସୀମା

କେନ୍ଦ୍ର ସରକାର ଖାଇବା ତେଲ ଏବଂ ତେଲ ବିହନର ଷ୍ଟକ ସୀମାକୁ ଆସନ୍ତା ଡିସେମ୍ୱର ମାସ ଯାଏଁ ବୃଦ୍ଧି କରିଛନ୍ତି ।

ଖାଇବା ତେଲ ଏବଂ ତେଲ ବିହନର ମୂଲ୍ୟ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସରକାର ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି, ଯାହା ଆସନ୍ତା ଏପ୍ରିଲ ମାସରୁ ପ୍ରଭାବୀ ହେବ । ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ଅକ୍ଟୋବରରେ ଖାଉଟି ଏବଂ ଯୋଗାଣ ମନ୍ତ୍ରଣାଳୟ ୨୦୨୨ ମାର୍ଚ୍ଚ ଯାଏଁ ଷ୍ଟକ ସୀମା ନିର୍ଦ୍ଧାରଣ କରିଥିଲେ।

ନୂଆ ନିର୍ଦ୍ଦେଶ ଅନୁସାରେ, ଖାଇବା ତେଲ ଷ୍ଟକ ସୀମା ଖୁଚୁରା ବିକ୍ରେତାଙ୍କ ପାଇଁ ୩୦ କ୍ୱିଣ୍ଟାଲ, ହୋଲସେଲରଙ୍କ ପାଇଁ ୫୦୦ କ୍ୱିଣ୍ଟାଲ, ବଡ ଡିପୋ ପାଇଁ ୧୦୦୦ କ୍ୱିଣ୍ଟାଲ ନିର୍ଦ୍ଧାରଣ କରାଯାଇଛି। ଖାଇବା ତେଲ ପ୍ରୋସେସର୍ସ ନିଜ ଉତ୍ପାଦନ କ୍ଷମତାର ୯୦ ଦିନର ଷ୍ଟକ୍ ରଖିପାରିବେ। ସେହିପରି ତେଲ ବିହନ ମାମଲାରେ ଖୁଚୁରା ବିକ୍ରେତାଙ୍କ ପାଇଁ ଷ୍ଟକ ସୀମା ୧୦୦ କ୍ୱିଣ୍ଟାଲ ଏବଂ ହୋଲସେଲର ବିକ୍ରେତାଙ୍କ ପାଇଁ ୨ ହଜାର କ୍ୱିଣ୍ଟାଲ ଅନୁମତି ଦିଆଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଏହାଦ୍ୱାରା ହୋର୍ଡିଂ, କଳାବଜାରୀ ଆଦି ଉପରେ ଅଙ୍କୁଶ ଲାଗି ପାରିବ ଏବଂ ଖାଦ୍ୟ ତେଲର ମୂଲ୍ୟ ନିୟନ୍ତ୍ରଣରେ ସାହାୟକ ହେବ।

Show More

Related Articles

Back to top button