ଓଡ଼ିଶା

ଫେବୃଆରୀ ୧୫ରୁ ଜୋରନ୍ଦା ମେଳା

ସାଧାରଣ ଲୋକଙ୍କୁ ମହିମାଗାଦି ମନା, କେବଳ ହେବ ନୀତିକାନ୍ତି

ଆସନ୍ତା ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ବାର୍ଷିକ ପର୍ବ ଜୋରନ୍ଦା ମେଳା । ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ସ୍ଥିତ ମହିମଗାଦିରେ ଏହି ମେଳା ବେଶ ଧୁମ ଧାମରେ ତିନି ଦିନ ଧରି ପାଳିତ ହୁଏ । ଏହି ମେଳାରେ ସାରା ବିଶ୍ୱର ମହିମା ସାଧୁ ଓ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥାଏ । ମାତ୍ର ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଯୋଗୁଁ ମହିମା ସାଧୁ ମାନେ ନିରାଶ ହୋଇଛନ୍ତି।

ଜୋରନ୍ଦା ମେଳା ଉପଲକ୍ଷେ ଶନିବାର ଢେଙ୍କାନାଳ ଜିଲ୍ଲାପାଳଙ୍କ ସଭପତିତ୍ୱରେ ଜୋରନ୍ଦା ମେଳା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକରେ କଟକଣା ସମ୍ପର୍କରେ ଘୋଷଣା କରାଯାଇଛି । ଫଳରେ ବୈଠକରେ ନିଷ୍ପତ୍ତି ମୁତାବକ ଚଳିତ ବର୍ଷ କେବଳ ମହିମା ସାଧୁ ମାନଙ୍କୁ ନେଇ ନୀତିକାନ୍ତି ମଧ୍ୟରେ ମେଳା ସୀମିତ ରହିବ। ମେଳା ଅବସରରରେ ସାଧାରଣ ଲୋକଙ୍କୁ ମହିମା ଗାଦିକୁ ମନା। ଫଳରେ ମହିମା ସାଧୁ ମାନେ କେବଳ ମେଳା ପାଳିବେ ବୋଲି ନିଷ୍ପତି ହୋଇଛି ବୋଲି ବୈଠକରେ ଉପସ୍ଥିତ ଥିବା ଜୋରନ୍ଦା ମହିମାଗାଦି କୌପନି ଧାରୀ ମହିମା ସମାଜର ମୁଖ୍ୟ ପ୍ରକାଶ କରିଛନ୍ତି।

Show More

Related Articles

Back to top button