ଓଡ଼ିଶାପାଣିପାଗ

ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶୀତ ଲହରୀ

୬ ଡିଗ୍ରୀ ତଳକୁ ଖସିଲା ପାରଦ

କିଛିଦିନ ଅନ୍ତରରେ କନ୍ଧମାଳକୁ ପୁଣି ଲେଉଟିଛି ଶୀତ । ଗତ ଦୁଇଦିନ ହେଲା ଏଠାରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି । ଥଣ୍ଡାର ପ୍ରକୋପ ଏତେ ରହୁଛି, ଯେ, ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି ।

ଆଜି ଫୁଲବାଣୀରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସକୁ ଖସିଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ଗତକାଲି ଫୁଲବାଣୀରେ ତାପ ୮ ଡିଗ୍ରୀ ଥିବାବେଳେ ଦାରିଂବାଡ଼ିରେ ୬. ୫ ଡିଗ୍ରୀ ସେଲସିୟସ ଥିଲା । ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫଳରେ ସକାଳ ୮ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକେ । ସଞ୍ଜ ନଇଁବା ରାସ୍ତାଘାଟ ମଧ୍ୟ ଜନଶୁନ୍ୟ ହୋଇ ପଡୁଛି । କି ବୁଢା କି ପିଲା ସଭିଏ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି ।

Show More

Related Articles

Back to top button