Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଆସନ୍ତା ତିନି ଦିନ ଯାଏଁ ରାଜ୍ୟରେ ଅସମ୍ଭାଳ ଶୀତ

ଆହୁରି ୫ ଡିଗ୍ରୀ ଖସିବ ପାରଦ

ଆସନ୍ତା ତିନି ଦିନ ରାଜ୍ୟରେ ଅସମ୍ଭାଳ ଶୀତ ହେବ । ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ କମିଯିବ । ଶୀତ ଲହରି ବହିବାର ଆଶଙ୍କା ଥିବାରୁ ରାତି ଓ ପାହାନ୍ତିଆ ସମୟରେ ଘରେ ରହିବାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ବାୟୁମଣ୍ଡଳର ତଳଭାଗରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଓଡିଶାକୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରୁଛି। ଏହାର ପ୍ରଭାବରେ ଆଗାମୀ ତିନିଦିନ ଯାଏ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଲହରି ଅନୁଭୂତ ହେବାର ଆଶଙ୍କା ରହିଛି । ସୁନ୍ଦରଗଡ, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ଶୀତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଶନିବାର ସକାଳୁ ରବିବାର ସକାଳ ସାଢ଼େ ୮ଟା ଯାଏ ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର ଓ କଳାହାଣ୍ଡି ଜିଲ୍ଲାରେ ଶୀତ ଲହରି ପରିସ୍ଥିତି ଜାରି ରହିବ । ଶୀତ ଲହରିରୁ ବର୍ତ୍ତିବାକୁ ଶୀତ ବସ୍ତ୍ର ବା ଏକାଧିକ ପୋଷାକ ପିନ୍ଧିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗୃହପାଳିତ ପଶୁମାନେ ଶୀତ ସଂସ୍ପର୍ଶରେ ଆସିଲେ ପ୍ରଭାବିତ ହୋଇପାରନ୍ତି । ଏଣୁ ସେମାନଙ୍କୁ ଖୋଲା ସ୍ଥାନରେ ନ ରଖିବାକୁ ସତର୍କ କରାଯାଇଛି । ରାତି ସମୟରେ ଦୁଇ ଚକିଆ ବା ଅନ୍ୟ କୌଣସି ଖୋଲା ଯାନବାହାନରେ ଯାତାୟତ ବାରଣ କରାଯାଇଛି । ୩୧ ତାରିଖ ପରେ ରାତି ତାପମାତ୍ରା ବଢ଼ିବ ଓ ଶୀତ ସାମାନ୍ୟ କମିପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button