Breaking PLUSଓଡ଼ିଶାମୁଖ୍ୟ ଖବର

ହବିଷ୍ୟାଳିଙ୍କ ମାଗଣା ହବିଷ୍ୟ ବ୍ରତ ପାଇଁ ବ୍ୟବସ୍ଥା କରିବେ ରାଜ୍ୟ ସରକାର

ଆଗାମୀ କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ପ୍ରାୟ ୧୫ଶହ ଶ୍ରଦ୍ଧାଳୁଙ୍କୁ ମାଗଣା ହବିଷ ବ୍ରତ ସେବା ଯୋଗାଇବେ ରାଜ୍ୟ ସରକାର। ସେମାନଙ୍କୁ ମାଗଣାରେ ଏକମାସ ପାଇଁ ଆବାସ ଏବଂ ମହାପ୍ରସାଦ ଯୋଗାଇ ଦିଆଯିବ। ଏଥିପାଇଁ ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ କରାଯିବା ସହ ଆଗ୍ରହୀ ବ୍ୟକ୍ତିଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯିବ। ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଶନିବାର ସ୍ୱତନ୍ତ୍ର ସର୍କିଟ ହାଉସ୍‌ରେ ଅନୁଷ୍ଠିତ ହୋଇଛି।

ହବିଷ୍ୟାଳିଙ୍କ ପାଇଁ ନରେନ୍ଦ୍ର କୋଣ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ବାଗେଡ଼ିଆ ଧର୍ମଶାଳା, ପୁରୁଣା ମହିଳା କଲେଜ କୋଠା ଏବଂ ମୋଚିସାହି ପୌର କଲ୍ୟାଣ ମଣ୍ଡପରେ ରହିବା ପାଇଁ ବ୍ୟବସ୍ଥା କରାଯିବ। ସେସବୁ ସ୍ଥାନରେ ଆଶୁ ଚିକିତ୍ସା କେନ୍ଦ୍ର, ପୁଲିସ ସହାୟତା କେନ୍ଦ୍ର, ଅଭ୍ୟର୍ଥନା ପ୍ରକୋଷ୍ଠ ଖୋଲା ଯିବାକୁ ସ୍ଥିର କରାଯାଇଛି। ପ୍ରଶାସନ ପକ୍ଷରୁ ପଞ୍ଜିକୃତ ହବିଷ୍ୟାଳିଙ୍କୁ ଫଟୋ ପରିଚୟପତ୍ର ଯୋଗାଇ ଦିଆଯିବ। ପ୍ରତ୍ୟେକ ଦିନ ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କୁ ନେଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇବ ପ୍ରଶାସନ।

ଏକମାସ ପର୍ଯ୍ୟନ୍ତ ହବିଷ୍ୟାଳିଙ୍କୁ ଦିନକୁ ଗୋଟିଏ ଥର ମହାପ୍ରସାଦ ଖାଇବାକୁ ଦିଆଯିବ। ଏହାଛଡ଼ା ସେମାନଙ୍କ ପାଇଁ ରାଧା ଦାମୋଦର ପୂଜା, ଆକାଶ ଦୀପ, ଚଉରା ପୂଜା, କାର୍ତ୍ତିକ ପୁରାଣ ପାରାୟଣ ବ୍ୟବସ୍ଥା କରାଯିବ। ହବିଷ୍ୟାଳି ଶିବିରଗୁଡ଼ିକରେ ଆବଶ୍ୟକ ଅଗ୍ନି ନିରାପତ୍ତା, ଶୌଚାଳୟ, ପାନୀୟ ଜଳ ଯୋଗାଣ ଏବଂ ପରିମଳ ବ୍ୟବସ୍ଥା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଶିବିର ଦାୟିତ୍ୱରେ ୫ଜଣ ପ୍ରଶାସନିକ ଅଧିକାରୀ ରହିବେ। ଏହାଛଡ଼ା ବିଭିନ୍ନ ବିଭାଗର ଶତାଧିକ ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱେଚ୍ଛାସେବୀଙ୍କୁ ନିୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅାଭାସି ମାଧ୍ୟମରେ ହବିଷ୍ୟାଳି ଶିବିର ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ସମୁଦ୍ର କୂଳ ସମେତ ତୀର୍ଥ ପୁଷ୍କରିଣୀଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ନିର୍ଦେଶ ଦିଆଯାଇଛି।

Show More

Related Articles

Back to top button