Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଏକକ ନିର୍ବାଚନ ପ୍ରସଙ୍ଗ, 23ରେ ପ୍ରଥମ ବୈଠକ

ଦେଶରେ ଏକକ ନିର୍ବାଚନକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏକାସାଙ୍ଗରେ ଲୋକସଭା ଏବଂ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସଙ୍ଗରେ ବିଚାରବିମର୍ଶ ନିମନ୍ତେ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ଏହି କମିଟିର ପ୍ରଥମ ବୈଠକ ଆସନ୍ତା ୨୩ରେ ଅନୁଷ୍ଠିତ ହେବ ବୋଲି ପୂର୍ବତନ ରାଷ୍ଟ୍ରପତି ତଥା କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦ ଏହି ସୂଚନା ଦେଇଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବାବେଳେ ସେ ଶନିବାର ଭୁବନେଶ୍ବରରେ ଗଣମାଧ୍ୟମକୁ ଏହା କହିଥିଲେ।

ଶ୍ରୀ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଉଚ୍ଚସ୍ତରୀୟ କମିଟି ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକକାଳୀନ କରାଯିବାର ସମ୍ଭାବ୍ୟ ଦିଗ ଉପରେ ବିଶ୍ଳେଷଣ କରି ପରାମର୍ଶ ଦେବ। ଏହି କମିଟିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ, ପଞ୍ଚଦଶ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ୍‌କେ ସିଂହ, ଲୋକସଭାର ପୂର୍ବତନ ସାଧାରଣ ସମ୍ପାଦକ ସୁବାସ କାଶ୍ୟପ, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ, ପୂର୍ବତନ ମୁଖ୍ୟ ଭିଜିଲାନ୍ସ ଆୟୁକ୍ତ ସଞ୍ଜୟ କୋଠାରୀ ପ୍ରମୁଖ ରହିଛନ୍ତି। ଆଇନ ମନ୍ତ୍ରୀ (ରାଷ୍ଟ୍ର) ଅର୍ଜୁନ ରାମ ମେଘାୱାଲ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ବୈଠକରେ ଯୋଗଦେବେ।

Show More

Related Articles

Back to top button