Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ପିଏମ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଶ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜ ବାର୍ତ୍ତାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଅମୃତ କାଳ ସମୟରେ ମୋଦୀଙ୍କ ଦୁରଦୃଷ୍ଟି ଓ ଦୃଢ଼ ନେତୃତ୍ୱ ଭାରତକୁ ବିକାଶର ଶିଖରକୁ ନେବ। ରାଷ୍ଟ୍ରପତି, ଶ୍ରୀ ମୋଦୀଙ୍କ ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି।

ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି। ସେ କହିଛନ୍ତି ଯେ ଶ୍ରୀ ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଭାରତକୁ ଅଦ୍ଭୁତପୂର୍ବ ପ୍ରଗତି ଏବଂ ଯୁଗର ପରିବର୍ତ୍ତନ ଆଡ଼କୁ ଆଗେଇ ନେଇଛି। ଉପରାଷ୍ଟ୍ରପତି କହିଛନ୍ତି, ଭାରତ ଶ୍ରୀ ମୋଦୀଙ୍କ ପ୍ରତିବଦ୍ଧତାକୁ ସର୍ବଦା ସମ୍ମାନିତ କରିବ।

Show More

Related Articles

Back to top button