Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମଦିନ। ଆଜି ମୋଦିଙ୍କ ଜନ୍ମଦିନ ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ସେଲିବ୍ରେସନ୍ କରାଯିବା ସହ ଅନ୍ୟାନ୍ୟ ଅନୁଷ୍ଠାନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରିଛନ୍ତି।

୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟ ଭାଡ଼ନଗରରେ ଜଣେ ସାଧାରଣ ଗୁଜରାଟୀ ପରିବାରରେ ଜନ୍ମ ନେଇଥିଲେ ମୋଦି। ଜଣେ ସାଧାରଣ ଚା’ ବିକାଳୀରୁ ଦେଶର ପ୍ରଧାନମନ୍ତ୍ରୀ ହେବାର ତାଙ୍କ ଯାତ୍ରା ଥିଲା ବେଶ୍ କଠିନ ଓ ରୋଚକ। ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ସେ ନିଜକୁ ପରିଚତ କରିଛନ୍ତି।

୨୦୦୧ରୁ ୨୦୧୪ ଯାଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ୨୦୧୪ରୁ ଆଜି ଯାଏ ଦେଶର ପ୍ରଧାନମନ୍ତ୍ରୀ ଭାବେ ସାରା ବିଶ୍ୱ ସମ୍ମୁଖରେ ନିଜର ବଳିଷ୍ଠ ନେତୃତ୍ୱର ପରିଚୟ ଦେଇଛନ୍ତି ମୋଦିା

Show More

Related Articles

Back to top button