Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଭିଏତନାମ ଓ ସିଙ୍ଗାପୁର ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର

ନୂଆଦିଲ୍ଲୀ- ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ରବିବାରଠାରୁ 6ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି । ରବିବାର ଭିଏତନାମ ଓ ଏହାପରେ ସିଙ୍ଗାପୁର ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ । 19ରୁ 20 ଅକ୍ଟୋବର ପର୍ଯ୍ୟନ୍ତ ସିଙ୍ଗାପୁର ଗସ୍ତ କରିବେ ଜୟଶଙ୍କର । ସିଙ୍ଗାପୁର ଗସ୍ତ କାଳରେ ବୈଦେଶିକ ମନ୍ତ୍ରୀ ନିଜର ପ୍ରତିପକ୍ଷ ଓ ଦେଶର ଅନ୍ୟ ନେତୃବୃନ୍ଦଙ୍କୁ ସାକ୍ଷାତ କରିବେ । ଏହାସହ ସେ ଭାରତୀୟ କ୍ଷେତ୍ରୀୟ ସମ୍ମିଳନୀର ଅଧ୍ୟକ୍ଷତା ମଧ୍ୟ କରିବେ ।
ସୋସିଆଲ ମିଡିଆ ଏକ୍ସରେ ଜୟଶଙ୍କର କହିଛନ୍ତି ଯେ, ଆଜି ସେ ଭିଏତନାମର ରାଜଧାନୀ ହନୋଇରେ ପହଞ୍ଚିଛନ୍ତି । ପ୍ରସିଦ୍ଧ ଟ୍ରାନ କ୍ୱୋକ ପାଗୋଡା ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ସେ ବୈଦେଶିକ ମନ୍ତ୍ରୀ ବୁଇ ଥାନ ସୋନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୋମବାର ଦିନ 18ତମ ମିଳିତ ଆୟୋଗ ବୈଠକର ସହ ଅଧ୍ୟକ୍ଷତା କରିବାକୁ ଆଗ୍ରହୀ ଥିବା କହିଛନ୍ତି ।

Show More

Related Articles

Back to top button