Breaking PLUSଦେଶମୁଖ୍ୟ ଖବର

ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁ ଜଣେ ଯବାନ ଆହତ

ରାଜୌରୀ-ଜମ୍ମୁକଶ୍ମୀରର ରାଜୌରୀ ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁ ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କ ସେନା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ବିମାନ ଯୋଗେ ଉଧମପୁର କମାଣ୍ଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।
ସେନା ଅଧିକାରୀଙ୍କ ସୂଚନା ମୁତାବକ ନୌସହରା ସେକ୍ଟରର କଲସିୟାନ ଗାଁରେ ରାଇଫଲମ୍ୟାନ ଗୁରୁଚରଣ ସିଂହ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଯବାନଙ୍କ ପାଦ ଭୁଲବଶତଃ ଲ୍ୟାଣ୍ଡମାଇନ ଉପରେ ପଡିଯାଇଥିଲା । ଫଳରେ ବିସ୍ଫୋରଣ ଯୋଗୁ ଯବାନ ଜଣକ ଆହତ ହୋଇଛନ୍ତି ।

Show More

Related Articles

Back to top button