Breaking PLUSଦେଶମୁଖ୍ୟ ଖବର

ରାଜସ୍ଥାନରେ ସଡକ ଦୁର୍ଘଟଣା, 7ମୃତ

ଡୁଙ୍ଗରପୁର-ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାର ବିଛିୱାଡା ଥାନା ଅନ୍ତର୍ଗତ ରତନପୁର ପୋଲିସ ଫାଣ୍ଡି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରକର ବ୍ରେକ ଫେଲ୍ ହେବା କାରଣରୁ ଟ୍ରକଟି ଏକ ଜିପ ଉପରକୁ ମାଡିଯାଇଥିଲା । ଫଳରେ ଜିପରେ ଥିବା 7ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ 10ଜଣ ଗୁରୁତର ଆହତ ହୋଇଛନ୍ତି । ଦିଲ୍ଲୀ-ମୁମ୍ବାଇର ଜାତୀୟ ରାଜପଥ-48ରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କୁ ବିଛିୱାଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କୁ ଜିଲ୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Show More

Related Articles

Back to top button