Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ତାଜ୍ ହୋଟେଲରେ ବୋମା ଥିବା ଗୁଜବ ପ୍ରଚାର କରି ଯୁବକ ଗିରଫ

ମୁମ୍ବାଇ- ମୁମ୍ବାଇର ତାଜ ହୋଟେଲରେ ବୋମା ଥିବା ମିଛ ଖବର ଦେଇ ଜଣେ ଗିରଫ । ଗୁଜବ ପ୍ରଚାର କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି । କୋଲବା ପୋଲିସ ଏହି ମାମଲାର ଛାନଭିନ କରୁଛି ।
ପୋଲିସର ସୂଚନା ମୁତାବକ, ଅକ୍ଟୋବର 14 ରାତି ପ୍ରାୟ ସାଢେ 8ଟା ସମୟରେ ଜଣେ ବ୍ୟକ୍ତି ମୁମ୍ବାଇର ତାଜ ହୋଟେଲରେ ବୋମା ରଖାଯାଇଥିବା ନେଇ ମୁମ୍ବାଇ ଫାୟାର ବ୍ରିଗେଡକୁ ଫୋନ କରି କହିଥିଲା । ଏହାପରେ ଫାୟାର ବ୍ରିଗେଡ କଣ୍ଟ୍ରୋଲ ରୁମ ତୁରନ୍ତ ମୁମ୍ବାଇ ପୋଲିସକୁ ସୂଚନା ପ୍ରଦାନ କରିଥିଲା । ଖବର ପାଇବା କ୍ଷଣି ମୁମ୍ବାଇ ପୋଲିସର ଏକ ଟିମ୍ ତାଜ ହୋଟେଲର ତଲାସୀ ନେଇଥିଲା, କିନ୍ତୁ କୌଣସି ବୋମା ମିଳିନଥିଲା ।
ଏହାପରେ କୋଲବା ପୋଲିସ ମାମଲାଗୁ ଗୁରୁତର ସହ ନେଇ ଅଜ୍ଞାତ ବ୍ୟକ୍ତି ଗୁଜବ ପ୍ରଚାର କରିବା ଅଭିଯୋଗରେ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଥିଲା । ଫୋନ କରିଥିବା ଲୋକଙ୍କୁ ଖୋଜିଥିଲା ପୋଲିସ । ତଦନ୍ତ ସମୟରେ ଧର୍ମପାଳ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

Show More

Related Articles

Back to top button