Breaking PLUSଓଡ଼ିଶାଦେଶମୁଖ୍ୟ ଖବର

କାଲିଠୁ ୱାର୍ଲ୍ଡ ସ୍କିଲ ସେଣ୍ଟରରେ ସ୍ପଟ ଆଡମିସନ

ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍ ନାମଲେଖା କରାଯିବ। ଏହି ପ୍ରକ୍ରିୟା ଅକ୍ଟୋବର ୧୬ରୁ ୩୧ ତାରିଖ ଯାଏଁ ଚାଲିବ। ଓଡ଼ିଶାର ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରି ନାମ ଲେଖାଇବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସ୍ପଟ୍ ନାମଲେଖା ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ପାଠ୍ୟକ୍ରମ ଅଧୀନରେ ଥିବା ମୋଟ ୭ଟି ବିଷୟରେ କରାଯିବ। ନାମଲେଖା ପ୍ରକ୍ରିୟା ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ତେଣୁ ପ୍ରାର୍ଥୀମାନେ ଏହାର ସୁଯୋଗ ନେବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ୍, ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍, ମେକାଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ଭଳି ୫ଟି ଅତ୍ୟାଧୁନିକ ବିଷୟ ରହିଛି। ସରକାରୀ ବା ଘରୋଇ ଶିକ୍ଷାନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ/ ୩ ବର୍ଷିଆ ଡିପ୍ଲୋମା ଇଞ୍ଜିନିୟରିଂ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏହି ୧ ବର୍ଷିଆ ପାଠ୍ୟକ୍ରମରେ ନାମ ଲେଖାଇପାରିବେ।

ସ୍କୁଲ୍ ଅଫ୍ ସର୍ଭିସେସ୍ ଅଧୀନରେ ହେୟାର ଫ୍ୟାସନ ଆଣ୍ତ ଡିଜାଇନ ଏବଂ ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା ଭଳି ଦୁଇଟି ଅତ୍ୟାଧୁନିକ ବିଷୟ ରହିଛି। +୨ କିମ୍ବା କୌଣସି ବିଷୟରେ ଡିପ୍ଲୋମା କରିଥିବା ପ୍ରାର୍ଥୀମାନେ ଏଥିରେ ନାମ ଲେଖାଇପାରିବେ। ଏହି ପାଠ୍ୟକ୍ରମର ଅବଧି ରହିଛି ୧ ବର୍ଷ।

Show More

Related Articles

Back to top button