ବାଣିଜ୍ୟ

ଲଗାତାର ୫ମ ଦିନ ବି ଖସିଲା ସୁନା ଓ ରୂପା ଦର

ଜାଣନ୍ତୁ ବିବାହ ଋତୁରେ ୧୦ ଗ୍ରାମ ସୁନାର କାରବାର ମୂଲ୍ୟ କେତେ?

ଗତ ୫ ଦିନ ହେଲା ସ୍ୱର୍ଣ୍ଣଳଙ୍କାର ବଜାରରେ ମୂଲ୍ୟ ହ୍ରାସ ଏବେ ଗ୍ରାହକଙ୍କୁ ବେଶ୍ ସୁହାଇଛି। ବିବାହ ଋତୁରେ ମୂଲ୍ୟ ହ୍ରାସ ବଜାରରେ ସୁନାଗହଣା ଚାହିଦା ମଧ୍ୟ ବୃଦ୍ଧି କରିଛି। ଚଳିତ କାରବାର ସପ୍ତାହ ପ୍ରଥମ ଦିନରେ ସୁନା ସହ ରୂପା ମୂଲ୍ୟରେ ମଧ୍ୟ ବେଶ ହ୍ରାସ ଦେଖାଯାଇଥିଲା। ମଙ୍ଗଳବାର ଲଗାତାର ପଞ୍ଚମ ଦିନ ମଧ୍ୟ ବଜାରରେ ମୂଲ୍ୟ ହ୍ରାସ ହେବା ଗ୍ରାହକଙ୍କ ଲାଗି ଏବେ ଅଫର ପାଲଟିଛି। ସୋମବାର ସୁନା ପ୍ରତି ୧୦ ଗ୍ରାମ ୩୯୭ ଟଙ୍କା ଶସ୍ତା ହୋଇଥିଲା। ସେିହ ଅନୁସାରେ ରୂପା କେଜି ପିଛା ଦରରେ ୧ ହଜାର ୫୧୯ଟଙ୍କାର ବଡ଼ ହ୍ରାସ ହୋଇଛି। ଏହା ପୂର୍ବରୁ ଗତ ଶୁକ୍ରବାର ସୁନା ୧୦ ଗ୍ରାମ ଦରରେ ୬୬ଟଙ୍କା ଓ ରୂପା କେଜି ପିଛା ୬୪୫ ଟଙ୍କା ଶସ୍ତା ହୋଇଥିଲା। ତେବେ ମଙ୍ଗଳବାରର ମୂଲ୍ୟ ହ୍ରାସ ପରେ ସୁନା ଅଲଟାଇମ ହାଇ ଦରରୁ ୪ ହଜାର ୧୨୩ ଓ ରୂପା ୧୪ ହଜାର ୮୧୪ ଟଙ୍କା ଶସ୍ତା ହୋଇଯାଇଛି।

ସୋମବାର ସୁନା ପ୍ରତି ୧୦ ଗ୍ରାମ ୩୯୭ଟଙ୍କା ଶସ୍ତା ହେବା ଯୋଗୁ ୫୨ ହଜାର ୭୭ ଟଙ୍କାରେ କାରବାର ହୋଇଥିଲା। ଏହା ପୂର୍ବରୁ ଗତ ଶୁକ୍ରବାର ୫୨ ହଜାର ୪୭୪ ଟଙ୍କାରେ କାରବାର ହେଉଥିଲା। ଏ ତ ଗଲା ୨୪ କ୍ୟାରେଟ ସୁନା ଦର ତେବେ ଏହି ସମୟରେ ୨୩ ଓ ୨୨ କ୍ୟାରେଟ ସୁନା କେତେ ଦରରେ କାରବାର ହୋଇଛି ଆସନ୍ତୁ ଜାଣିବା। ୨୩ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ୩୯୬ ଟଙ୍କା ଶସ୍ତା ହୋଇ ୫୧ ହଜାର ୮୬୮ ଟଙ୍କା ଦରରେ କାରବାର ହୋଇଛି। ସେହିପରି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ୩୬୩ ଟଙ୍କା ଶସ୍ତା ହେବା ଯୋଗୁ ୪୭ ହଜାର ୭୦୩ ଟଙ୍କାରେ ବିକ୍ରି ହୋଇଛି। ସେହିପରି ୧୮ କ୍ୟାରେଟ ବାଲା ସୁନା ୧୦ ଗ୍ରାମ ପିଛା ୨୯୮ ଟଙ୍କା ଶସ୍ତା ହେବା ଯୋଗୁ ୩୯ ହଜାର ୫୮ ଟଙ୍କା ଓ ୧୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୨୩୨ ଟଙ୍କା ଶସ୍ତା ହେବା ଯୋଗୁ ୩୦ ହଜାର ୪୬୫ ଟଙ୍କାରେ କାରବାର ହୋଇଛି। ଫଳରେ ଆଲ ଟାଇମ ହାଇରୁ ସୁନା ୪ ହଜାର ୧୨୩ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି।

Show More

Related Articles

Back to top button