Breaking PLUSଦେଶମୁଖ୍ୟ ଖବର

ବିଜାପୁରରେ ଗୁଳି ବିନିମୟ, 4 ନକ୍ସଲ ନିହତ,7ଆହତ

ବିଜାପୁର- ଛତିଶଗଡର ବିଜାପୁର ଜିଲ୍ଲାର ନକ୍ସଲ ପ୍ରଭାବିତ ଗଙ୍ଗାପୁର ଅଂଚଳରେ ମଙ୍ଗଳବାର ସକାଳେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁ 4 ନକ୍ସଲଙ୍କ ମୃତ୍ୟୁ ହୋଇଛି । ସେହିପରି 7ଜଣ ଆହତ ହୋଇଛନ୍ତି । ନକ୍ସଲଙ୍କ ଶବ ସହିତ ଏକେ-47, ଲାଇଟ୍ ମେସିନ ଗନ୍ ପରି ଅଟୋମେଟିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ପୋଲିସ ଅନୁସାରେ ନକ୍ସଲ ଉନ୍ମୂଳନ ଅଭିଯାନ ଅନ୍ତର୍ଗତ ସୁରକ୍ଷା ବଳର ଯବାନ ବିଜାପୁର ଜିଲ୍ଲାର ନକ୍ସଲ ପ୍ରଭାବିତ ଗଙ୍ଗାପୁର ଅଂଚଳରେ ସର୍ଚ୍ଚିଂ ଅପରେସନ ଆରମ୍ଭ କରିଥିଲେ । ନେଡ୍ରା- କୋରଚୋଲି ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ଖବର ପାଇ ଗଙ୍ଗାଲୁର ଥାନାରୁ ଡିଆରଜି, ସିଆରପିଏଫ, କୋବରା ବାଟାଲିୟନ, ବସ୍ତର ଫାଇଟର ଓ ସିଏଏଫର ଯବାନଙ୍କ ପକ୍ଷରୁ ସର୍ଚ୍ଚିଂ ଅପରେସନ କରାଯାଉଥିଲା । ଏହି ସମୟରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ସାମ୍ନା ହୋଇଥିଲା । ଏହାପରେ ନକ୍ସଲମାନେ ଫାୟାରିଂ ଆରମ୍ଭ କରିଥିଲେ । ଯବାନଙ୍କ ଗୁଳି ପରେ ଯବାନମାନେ ଏହାର ପାଲଟା ଜବାବ୍ ଦେଇଥିଲେ । ଏଥିରେ 4ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି । ଏବେ ବି ସର୍ଚ୍ଚିଂ ଅପରେସନ ଜାରି ରହିଛି ।

Show More

Related Articles

Back to top button