Breaking PLUSଦେଶମୁଖ୍ୟ ଖବର

ଅରବିନ୍ଦ କେଜରିୱାଲଙ୍କୁ 15ଦିନ ନ୍ୟାୟିକ ହେପାଜତକୁ ପଠାଗଲା

ତଦନ୍ତରେ ସହଯୋଗ କରୁନାହାନ୍ତି କେଜରିୱାଲ-ଇଡି
ନୂଆଦିଲ୍ଲୀ- ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟର ସ୍ପେଶାଲ ଜଜ କାଭେରୀ ବାୱେଜା ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗିରଫ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏପ୍ରିଲ 15 ଯାଏ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ଆଜି ଶୁଣାଣି ସମୟରେ ଇଡି ପକ୍ଷରୁ କୁହାଯାଇଥିଲା ଯେ, କେଜରିୱାଲ ତଦନ୍ତରେ ସହଯୋଗ କରୁନାହାନ୍ତି । ସେ ଫୋନର ପାସୱାର୍ଡ କହୁନାହାନ୍ତି । କେଜରିୱାଲ ତଦନ୍ତକୁ ଭ୍ରମିତ କରୁଛନ୍ତି । ପଚରାଉଚରା ସମୟରେ କେଜରିୱାଲ କହିଛନ୍ତି ଯେ, ବିଜୟ ନାୟର ଆମକୁ ରିପୋର୍ଟ କରୁନଥିଲେ, ଆତିଶିକୁ କରୁଥିଲେ । ତେବେ ଏହି ଯୁକ୍ତି ଆଧାରରେ ଆପଣ କିପରି ହେପାଜତ ଦାବି କରିପାରିବେ ବୋଲି କୋର୍ଟ ପଚାରିଥିଲେ। ତା’ପରେ ରାଜୁ କହିଛନ୍ତି ଯେ ଆମେ ପରେ ହେପାଜତ ଦାବି କରିପାରିବା।

Show More

Related Articles

Back to top button