ଓଡ଼ିଆ ଗଳ୍ପସ୍ୱତନ୍ତ୍ର

ନାରୀର ଉଗ୍ରତା

ଏ ନାରୀ ଜାତିକୁ
ଆମ ସମ୍ବିଧାନ
ବହୁ ମୂଲ୍ୟ ଦେଇଥାଏ
କୋର୍ଟ କଚେରୀରେ
ବିଶ୍ବାସ କରନ୍ତି
ଯାହା ସିଏ କହିଥାଏ।

ଏମିତି ଗୋଟିଏ
ଘଟଣା ଘଟିଲା
ସୁଦୂର ମୁମ୍ବାଇ ଠାରେ
ନିଜ ସ୍ତ୍ରୀଇ ସଂଗେ
ବାସ କରୁଥିଲେ
ନାଆଁ ଭାରତ ଫୁଲ୍ଲାରେ।

ସ୍ତ୍ରୀଇଟି ତାଂକର
ଅଡ୍ଯନ୍ତ ମୁଖରା
ସ୍ବାମୀଂକୁ ମାନନ୍ତି ନାହିଁ
ବହୁ ସମୟରେ
ଭର୍ତ୍ସନା କରନ୍ତି
ସ୍ବାମୀକୁ କୁକଥା କହି।

ତଥାପି ତାଙ୍କର
ମନ ବୂଝିଲାନି
ମାମଲା ଦାଏର କଲେ
ବିନା ଅପରାଧେ
ସ୍ବାମୀଂକୁ ତାଙ୍କର
ଜେଲକୁ ପଠାଇ ଦେଲେ।

କିଛି ବର୍ଷ ପରେ
ଜେଏଲରୁ ସ୍ବାମୀ
ମୁକ୍ତ ହୋଇ ଆସିଥିଲେ
ଗୃହକୁ ନ ଫେରି
ମୁମ୍ବାଇ ସହରେ
ଏଣେତେଣେ ବୁଲିଥିଲେ।

ସାହାଯ୍ୟର ହାତ
ଲୋକେ ବଢାଇଲେ
ଶିରିଡିର ଅଧିବାସୀ
ରାସ୍ତା କଡେ ସିଏ
ଆଶ୍ରମଟେ କରି
ଧ୍ୟାନ କଲେ ବସି ବସି।

କିଛି ଦିନ ପରେ
ଚିନ୍ତା ସେ କରିଲେ
ପୁରୁଷଂକୁ ଦେବେ ନ୍ୟାୟ
ନାରୀ ଅତ୍ଯାଚାରେ
ପୁରୁଷ ସମାଜ
ହେଉଅଛି ଅସହାୟ।

ନିଜ ଅଭିଜ୍ଞତା
ବଖାଣି ବସିଲେ
ପୁରୁଷ ସମାଜ ଆଗେ
ମୁଖରା ଭାରିଜା
ଦୁର୍ବଳତା ଦେଖି
କଅଣ କରନ୍ତି ରାଗେ।

ଲିଂଗର କାରଣ
ଯୌନ ଦୁର୍ବଳତା
ଏମିତି ବି ହୋଇପାରେ
ଅର୍ଥ ଦୁର୍ବଳତା
ଅସାମଞ୍ଜସ୍ୟତା
ଦୁଃଖ ମଧ୍ୟ ଦେଇପାରେ।

ତଥାପି ସ୍ବାମୀକୁ
ଭର୍ତ୍ସନା କରିବା
ଶୋଭନୀୟ କେବେ ନୁହେଁ
ଇହ ପରକାଳ
ଦେବତା କହିବା
କେବେଳ ଭଣ୍ଡାମୀ ହୁଏ।

ପୁରୁଷମାନଙ୍କୁ
ନ୍ୟାୟ ଦେବା ପାଇଁ
ସଚେତନ ସିଏ କଲେ
ଆଶ୍ରମ ଭିତରେ
ବସି ବସି ସିଏ
ଯୋଜନା ପ୍ରସ୍ତୁତ କଲେ।

ବିନା ଅପରାଧେ
ଅଭିଯୁକ୍ତ ହୋଇ
ଆଶ୍ରମେ ଆସନ୍ତି ଲୋକ
ତାଂକ ନିକଟରୁ
ବୁଦ୍ଧି ନେଇଥାନ୍ତି
ବଖାଣି ନିଜର ଦୁଃଖ।
******
ଅକ୍ଷୟ ମହାନ୍ତି

Show More

Related Articles

Back to top button