Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଅପେକ୍ଷାର ଅନ୍ତ, ଭବ୍ୟ ମନ୍ଦିରରେ ବିରାଜିଲେ ରାମଲଲା

ପ୍ରଧାନମନ୍ତ୍ରୀ ପୂର୍ଣ୍ଣ କଲେ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ

ଅଯୋଧ୍ୟା, 22 ଜାନୁୟାରୀ -ସୋମବାର ଅଭିଜିତ ମୁହୂର୍ତ୍ତରେ ଶ୍ରୀରାମଲଲା ନିଜର ଦିବ୍ୟ ଓ ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଦିକ ବିଧିବିଧାନରେ ସଂକଳ୍ପ ନେଇ ଗତ 7ଦିନ ଧରି ଚାଲିଥିବା ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନକୁ ସମ୍ପୂର୍ଣ୍ଣ କରିଛନ୍ତି । ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ ସମୟରେ ମନ୍ଦିରର ଗର୍ଭଗୃହରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଆରଏସଏସର ସରସଂଘଚାଳକ ଡକ୍ଟର ମୋହନ ଭାଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ ।
ପ୍ରାଣ ପ୍ରତିଷ୍ଠା ପୂଜା ବିଧିର ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ମନ୍ଦିର ପରିସରରେ ପ୍ରାୟ 12.07 ମିନିଟ ସମୟରେ ପ୍ରବେଶ କରିଥିଲେ । ସେ ନିଜ ହାତରେ ଶ୍ରୀରାମଲଲାଙ୍କୁ ପିନ୍ଧାଇବା ପାଇଁ ଚାନ୍ଦିର ଛତ୍ର ନେଇଥିଲେ । ପୂଜା ପୂର୍ବରୁ ପ୍ରଧାନମନ୍ତ୍ରୀ ଗର୍ଭଗୃହରେ ପ୍ରାଣ ପ୍ରତିଷ୍ଠାର ସଂକଳ୍ପ ନେଇଥିଲେ । ଏହାପରେ ଶଙ୍ଖଧ୍ୱନି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ହାତରେ ଶ୍ରୀରାମଲଲାଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା ହୋଇଥିଲା । କାଶୀର ପ୍ରଖ୍ୟାତ ବୈଦିକ ଆଚାର୍ଯ୍ୟ ଗଣେଶ୍ୱର ଶାସ୍ତ୍ରୀ ଦ୍ରବିଡ ଓ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ନିର୍ଦ୍ଦେଶନରେ 121 ବୈଦିକ ଆଚାର୍ଯ୍ୟ ଅନୁଷ୍ଠାନ ସମ୍ପନ୍ନ କରିଥିଲେ ।

Show More

Related Articles

Back to top button