Breaking PLUSଦେଶମୁଖ୍ୟ ଖବର

ଆଜି ସନ୍ଧ୍ୟାରେ 19ଜଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ବାଲ୍ ପୁରସ୍କାରରେ ସମ୍ମାନିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ 19ଜଣ ଶିଶୁଙ୍କୁ ଅସାଧାରଣ ଉପଲବ୍ଧି ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ବାଲ୍ ପୁରସ୍କାର ପ୍ରଦାନ କରିବେ । ଏଥିରେ 9ଜଣ ବାଳକ ଓ 10 ବାଳିକା ସାମିଲ ଅଛନ୍ତି । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲି ଶିଶୁମାନଙ୍କ ସହ ବାର୍ତ୍ତାଳାପ କରିବେ ।
ମନ୍ତ୍ରାଳୟ ଅନୁସାରେ ପ୍ରଧାନମନ୍ତ୍ରୀ ଜାତୀୟ ବାଲ୍ ପୁରସ୍କାର 2024 ଛଅଟି ଶ୍ରେଣୀରେ – କଳା ଓ ସଂସ୍କୃତି (7) ବୀରତା (ଜଣେ) ଉଦ୍ଭାବନ (ଜଣେ) ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା (ଜଣେ) ସାମାଜିକ ସେବା (4ଜଣ) ଖେଳ (5ଜଣ) ଙ୍କୁ ପ୍ରଦାନ କରାଯିବ । ପୁରସ୍କାର ସମାରୋହରେ ମହିଳା ଓ ଶିଶୁ ବିକାଶମନ୍ତ୍ରୀ ସ୍ମୃତି ଇରାନୀ ଓ ରାଜ୍ୟମନ୍ତ୍ରୀ ଡକ୍ଟର ମଞ୍ଜୁପାରା ମହେନ୍ଦ୍ରଭାଇ ଉପସ୍ଥିତ ରହିବେ ।

Show More

Related Articles

Back to top button