ଦେଶ ବିଦେଶସ୍ୱତନ୍ତ୍ର

ଶୀତକୁ ଅସ୍ତ୍ର ଭାବେ ବ୍ୟବହାର କରି ୟୁକ୍ରେନ ଉପରେ ଋଷର ଆକ୍ରମଣ

ଶୀତକୁ ଅସ୍ତ୍ର ଭାବେ ବ୍ୟବହାର କରି ୟୁକ୍ରେନ ଉପରେ ଋଷର ଆକ୍ରମଣ । ବର୍ତ୍ତମାନ ୟୁକ୍ରେନରେ ପ୍ରବଳ ଶୀତ ଅନୁଭୂତ ହେଉଥିଲାବେଳେ ପାଓ୍ୱାର ପ୍ଲାଣ୍ଟ ଉପରେ ଆକ୍ରମଣ ଜାରି ରଖିଛି ଋଷ ସେନା । ଯାହାଦ୍ୱାରା ଏୟାର ଷ୍ଟ୍ରାଇକରେ ୟୁକ୍ରେନର ଅଧିକାଂଶ ଥର୍ମାଲ ପାଓ୍ୱାର ପ୍ଲାଣ୍ଟ ଧ୍ୱଂସ ହୋଇଯାଇଛି । ଫଳରେ ଅଧିକାଂଶ ଅଞ୍ଚଳରୁ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି ।

ଅନ୍ୟପଟେ ପ୍ରାୟ ୭୪ ଲକ୍ଷ ୟୁକ୍ରେନବାସୀ ଦେଶ ଛାଡ଼ି ପଳାୟନ କରିଛନ୍ତି । ସେପଟେ ଋଷର କୁସ୍କ ପ୍ରାନ୍ତରେ ପାଓ୍ୱାରପ୍ଲାଣ୍ଟ ଉପରେ ୟୁକ୍ରେନ ମିସାଇଲ ମାଡ଼ କରିବା ଯୋଗୁ ଅନେକ ଅଞ୍ଚଳରେ ପାଓ୍ୱାର କଟ୍ କରାଯାଇଛି ବୋଲି ସ୍ଥାନୀୟ ଗଭର୍ଣ୍ଣର କହିଛନ୍ତି । ସେହିପରି ଇଲେକ୍ଟ୍ରିସିଟି ନଥିବାରୁ ଅସହ୍ୟ ଜାଡ଼ରେ ଥରୁଛି ୟୁକ୍ରେନ । ରୋମାନିଆରେ ନାଟୋ ସଦସ୍ୟ ରାଷ୍ଟ୍ର ସମୁହ ବୈଠକରେ ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି ନାଟୋ ମୁଖ୍ୟ ।

Show More

Related Articles

Back to top button