ଓଡ଼ିଶାସ୍ୱାସ୍ଥ୍ୟ

ବନ୍ଧୁକ ମରାମତି ବେଳେ ବାରୁଦ ଫୁଟି ଅଘଟଣ,୩ଆହତ

ବନ୍ଧୁକ ମରାମତି ବେଳେ ବାରୁଦ ଫୁଟି ଅଘଟଣ । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ହାଟପଦାରେ । ଫଳରେ ୩ଜଣ ଆହତ ହୋଇଛନ୍ତି । ଏହି ଆହତଙ୍କ ମଧ୍ୟରେ ୨ଜଣ ମହିଳା ରହିଥିବାବେଳେ ଆହତଙ୍କୁ ମୈଦଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବନ୍ଧୁକ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ବନ ବିଭାଗ ଦ୍ୱାରା ପୂଜାରୀଗୁଡ଼ା ଗାଁର ବୁଦୁ ପୂଜାରୀଙ୍କ ନିକଟରୁ ଏକ ଦେଶୀ ବନ୍ଧୁକକୁ ପୂର୍ବରୁ ସିଜ୍ କରାଯାଇଥିଲା । କୋର୍ଟରୁ ରିଲିଜ ଅର୍ଡର ଆସିବା ପରେ ବନ୍ଧୁକକୁ ମରାମତି କରୁଥିଲେ ବୁଦୁ । ଏହି ସମୟରେ ବାରୁଦ ଫୁଟିବାରୁ ବନ୍ଧୁକ ମାଲିକଙ୍କ ସହିତ ୩ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ମୈଦଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

Show More

Related Articles

Back to top button