ସ୍ୱାସ୍ଥ୍ୟ

ମଧୁମେହକୁ ନିଯନ୍ତ୍ରଣ ରଖିବା ପାଇଁ ପ୍ରତିଦିନ ଖାଆନ୍ତୁ ଏହି ଫଳ

ଆଧୁନିକ ଜୀବନଶୈଳୀ,ଅସ୍ୱାସ୍ଥ୍ୟକର ପରିବେଶ,ଖରାପ ଖାଦ୍ୟ ଶୈଳୀ ଏବଂ ଖାଦ୍ୟରେ ଅନିୟମତତା ଯୋଗୁଁ ଶରୀରରେ ଅନେକ ରୋଗର ସୃଷ୍ଟି ହୋଇଥାଏ । ତେବେ ଏହି ରୋଗମାନଙ୍କ ମଧ୍ୟରୁ ଏକ ସାଧାରଣ ରୋଗ ହେଉଛି ଡାଇବେଟିସ୍ ଅଥବା ମଧୁମେହ । ଯାହାକି ବର୍ତ୍ତମାନ ପ୍ରତ୍ୟକ ବର୍ଗଙ୍କ ଶରୀରରେ ଦେଖା ଦେଉଛି । ତେବେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଏପରି ଏକ ଫଳ ଅଛି ଯାହାକୁ ସେବନ କରିବା ଦ୍ୱାରା ଡାଇବେଟିସ ନିଯନ୍ତ୍ରଣ ରହିବା ସହ ଅନେକ ଫାଇଦା ମିଳିଥାଏ ।

ବିଶେଷଜ୍ଞମାନଙ୍କ କହିବା ମୁତାବକ ମଧୁମେହ ବ୍ୟକ୍ତିମାନେ ନିଜ ଖାଦ୍ୟରେ ବ୍ଲୁବେରି ଫଳକୁ ସାମିଲ କରିବା ଦ୍ୱାରା ଏହା ଶରୀରକୁ ଅନେକ ପ୍ରକାର ଲାଭଦେଇଥାଏ ।  ଏହି ବ୍ଲୁବେରିରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟ ହଜମ କରିବାରେ ସହାୟକ ହେବା ସହ ଏହା ରକ୍ତରେ ଥିବା ସୁଗର ଲେବଲକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ବିଶେଷଜ୍ଞମାନଙ୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ବ୍ଲୁବେରି ଖାଇବା ଦ୍ୱାରା ଟାଇପ୍-୨ ମଧୁମେହ ହେବାର ଆଶଙ୍କା ମଧ୍ୟ କମିଯାଇଥାଏ ।

ଅନ୍ୟପଟେ ମଧୁମେହ ଜନିତ ସମସ୍ୟା ଯୋଗୁଁ ଶରୀରରେ ଇନସୁଲିନ୍ ହୁଏ ନାହିଁ , ଫଳରେ ରକ୍ତରେ ସୁଗାର ଲେବଲ ନିୟନ୍ତ୍ରଣରେ ରୁହେ ନାହିଁ । ଏଥିପାଇଁ ମଧୁମେହ ସନ୍ତୁଳିତ ରଖିବାରେ ଡାଏଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ତେଣୁ ବିଶେଷଜ୍ଞମାନେ ଖାଦ୍ୟରେ ବ୍ଲୁବେରି ସାମିଲ୍ କରିବାକୁ ପରାମର୍ଶ ଦିଅନ୍ତି । ତେବେ ଏହି ବ୍ଲୁବେରୀ ଫଳରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ସି, କର୍କଟ ରୋଗର ପ୍ରତିରୋଧି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଏହି ପ୍ରଚୁର ପରିମାଣରେ ମିଳିଥାଏ । ଯାହାକି ଶରୀରକୁ ସୁସ୍ଥ ରଖିବା ସହ ଅନେକ ପ୍ରକାର ପୋଷକ ତତ୍ତ୍ୱ ଦେଇଥାଏ ।

Show More

Related Articles

Back to top button