ସ୍ୱାସ୍ଥ୍ୟ

ଗ୍ରୀଷ୍ମଋତୁରେ ଶରୀର ପାଇଁ ରାମବାଣ ଅଟେ ଓଡ଼ିଆ ଘରର ଛତୁଆ

ଗ୍ରୀଷ୍ମ ଋତୁ ଆସିଲା ମାତ୍ରକେ ଆମେ ନିଜକୁ ସୁସ୍ଥ ରଖିବାର ବିଭିନ୍ନ ଉପାୟ ଖୋଜି ଥାଉ l କାରଣ ଗ୍ରୀଷ୍ମ ପ୍ରଭାବରୁ ଶରୀର ଉପରେ ଅନେକ ପ୍ରକାର ରୋଗର ପ୍ରଭାବ ପଡିଥାଏ l

ବିଶେଷ ଭାବରେ ପୂର୍ବ ଭାରତର ଲୋକମାନେ ଗ୍ରୀଷ୍ମ ଋତୁ ଆସିବା ମାତ୍ରକେ ଛତୁଆ ଖାଇବାକୁ ପସନ୍ଦ କରନ୍ତି, ବିଶେଷ ଭାବରେ ଓଡିଶା,ବିହାର ଏବଂ ଝାରଖଣ୍ଡ ଇତ୍ୟାଦି ସ୍ଥାନରେ ଛତୁଆ ଖାଇବାର ଦେଖା ଯାଇଥାଏ l କାରଣ ଏହାର ଅନେକ ଗୁଡିଏ ସ୍ୱାସ୍ଥ୍ୟଗତ ଲାଭ ରହିଛି l ଆସନ୍ତୁ ଆଜି ଜାଣିବା ଛତୁଆ ଖାଇବାର ସ୍ୱାସ୍ଥ୍ୟଗତ ଲାଭ l

– ମଧୁମେହ ପାଇଁ ହିତକର : ଛତୁଆ ରେ ବିଟା ଗୁଲକୋଜ ରହିଥାଏ ଯାହା ରକ୍ତରେ ବଢୁଥିବା ଶର୍କରା କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ l ମଧୁମେହ ରୋଗୀ ମାନେ ନିୟମିତ ବିନା ଚିନି ଯୁକ୍ତ ଛତୁଆ ଖାଇବା ଆବଶ୍ୟକ l

– ମୋଟାପଣ ନିୟନ୍ତ୍ରିତ ହୋଇଥାଏ : ଛତୁଆ ରେ ଅନେକ ପ୍ରକାରର ପୋଷାକ ତତ୍ୱ ରହିଥାଏ l ଯାହା ଶରୀରକୁ ସମ୍ପୂର୍ଣ୍ଣ ପୋଷଣ ଦେଇଥାଏ l ଛତୁଆ ପିଇବା ଦ୍ୱାରା ଦୀର୍ଘ ସମୟ ଧରି ଭୋକ ଲାଗି ନଥାଏ l ଯାହାଦ୍ୱାରା ସହଜ ରେ ଓଜନ ହ୍ରାସ ହୋଇଥାଏ l

– ଏନିମିଆ ଦୂର କରିଥାଏ : ଛତୁଆ ଏନିମିଆ ରୋଗୀ ମାନଙ୍କ ପାଇଁ ଖୁବ ହିତକର, କାରଣ ଏଥିରେ ପୋଷାକ ତତ୍ୱ ରକ୍ତର ହିମାଗ୍ଲୋବିନ ସ୍ତର କୁ ସନ୍ତୁଳନ କରି ରଖିଥାଏ l

– ଶକ୍ତି ଯୋଗାଇ ଥାଏ : ଗ୍ରୀଷ୍ମ ଋତୁରେ ଛତୁଆ ସେବନ କଲେ ଶରୀରକୁ ଆରାମ ଲାଗିଥାଏ ଓ ଶକ୍ତି ମିଳେ l ସେଥିପାଇଁ ବୁଟ ଛତୁଆ ଖୁବ ହିତକର l ବୁଟ ଛତୁଆ ରେ ମିନେରାଲସ, ଆଇରନ,ମଗ୍ନେଶୀୟମ ଓ ଫସଫରସ ରହିଛି l ଯାହାଦ୍ୱାରା ଶରୀରକୁ ଇନ୍ସଟାଣ୍ଟ ଏନର୍ଜି ମିଳିଥାଏ l

– ଗ୍ରୀଷ୍ମ ଋତୁରେ ଛତୁଆ ଶରୀରକୁ ଥଣ୍ଡା ରଖିଥାଏ : ସେଥିପାଇଁ ଗ୍ରୀଷ୍ମ ପ୍ରକୋପ ରୁ ଶରୀର କୁ ଦୁରେଇ ରଖିବା ପାଇଁ ଛତୁଆ ଖାଇବା ଆବଶ୍ୟକ l ଛତୁଆ ଅଂଶୁଘାତ ସମସ୍ୟା ରୁ ଦୁରେଇ ରଖେ l

Show More

Related Articles

Back to top button