ସ୍ୱାସ୍ଥ୍ୟ

ମାତ୍ର ଗୋଟିଏ ଗ୍ଲାସ ପାନମଧୁରୀ ପାଣି ଅନେକ ରୋଗର ନିରାକରଣ

ପାନମଧୁରୀ ଗୋଟିଏ ଏପରି ମସଲା ଯାହାକୁ ଆମେ ଉଭୟ କଞ୍ଚା ଓ ଭାଜିକି ଖାଇଥାଉ l ଯାହାର ଚାହିଦା ଭାରତୀୟ ମସଲା ରେ ରହିଥାଏ l

ଏହା ସ୍ଵାଦରେ ମିଠା ଓ ସୁଗନ୍ଧ ଯୁକ୍ତ ହୋଇଥାଏ l କିନ୍ତୁ ଏହାର ପାଣିକୁ ଆମେ ଯଦି ନିୟମିତ ସକାଳୁ ପିଇବା ତେବେ ତାହା ଶରୀର ପାଇଁ ଖୁବ ଉପଯୋଗୀ l ଏହା କ୍ୟାଲସିୟମ,ସୋଡିୟମ,ଆଇରନ ଓ ପୋଟାସିୟମ ର ଗୋଟିଏ ଭଲ ସ୍ରୋତ ଅଟେ l

ଏହିଭଳି ପ୍ରସ୍ତୁତ କରନ୍ତୁ ପାନମଧୁରୀ ପାଣି –
ପାନମଧୁରୀ ପାଣି ପ୍ରସ୍ତୁତ କରିବା ପାଇଁ ରାତିରେ ପାନମଧୁରୀ କୁ ପାଣିରେ ଫୁଟାଇ ଦିଅନ୍ତୁ l ସକାଳୁ ଉଠି ସେହି ପାଣିକୁ ଛାଣି ତେହାକୁ ସେବନ କରିବା ଆବଶ୍ୟକ l

– ବ୍ଲଡ଼ ପ୍ରେସର ନିୟନ୍ତ୍ରିତ କରେ : ପାନମଧୁରୀ ପାଣି ହାଇ ବ୍ଲଡ଼ ପ୍ରେସର ରୋଗୀଙ୍କ ପାଇଁ ଖୁବ ହିତକର l କାରଣ ପାନମଧୁରୀ ରେ ପୋଟାସିୟମ ମାତ୍ରା ଅଧିକ ରହିଥାଏ l ତେଣୁ ବ୍ଲଡ଼ ପ୍ରେସର ରୋଗୀମାନେ ଏହାକୁ ନିୟମିତ ସେବନ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ l

– ପାନ ମଧୁରୀ ପାଣି ପେଟ ପାଇଁ ଖୁବ ହିତକର l କାରଣ ପାନମଧୁରୀ ରେ ଫାଇବର ମାତ୍ରା ଖୁବ ଅଧିକ ରହିଥାଏ l ଯଦି ଖାଲି ପେଟରେ ପାନମଧୁରୀ ପାଣି ସେବନ କରିବେ ତେବେ ପାଚନ ତନ୍ତ୍ର ମଜବୁତ ହୋଇଥାଏ l

– ଖାଲି ପେଟରେ ପାନ ମଧୁରୀ ପାଣି ସେବନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ l କାରଣ ଏଥିରେ ଫାଇବର ପ୍ରଚୁର ମାତ୍ରାରେ ରହିଥାଏ l ସେଥିପାଇଁ ଯଦି ଆପଣ ନିୟମିତ ଏହି ପାଣି କୁ ସେବନ କରିବେ ତେବେ ଓଜନ ହ୍ରାସ ସହଜ ରେ ହୋଇ ପାରିବ l

– ପାନମଧୁରୀ ପାଣି ଶରୀର ରୁ ହାନି କାରକ ଟକ୍ସିନ କୁ ବାହାର କରିବାରେ ସାହାଯ୍ୟ କରିଥାଏ l ତେଣୁ ନିୟମିତ ଖାଇ ସାରିବା ପରେ ଏହାକୁ ସେବନ କଲେ ରକ୍ତ ସଫା ରହିଥାଏ l

Show More

Related Articles

Back to top button