ଅପରାଧଓଡ଼ିଶାମୁଖ୍ୟ ଖବରରାଜନୀତି

କେନ୍ଦ୍ରାପଡ଼ା ବବକରପୁରରେ ଗୁଳିକାଣ୍ଡ

ଘଟଣାସ୍ଥଳରେ ସ୍ୱାମୀ ମୃତ ଏବଂ ସ୍ତ୍ରୀ ଓ ପୁଅ ଗୁରୁତର

କେନ୍ଦ୍ରାପଡ଼ା :  କେନ୍ଦ୍ରାପଡ଼ା ଜିଲା ଅଧିନସ୍ଥ ମହାକାଳପଡ଼ା ଥାନା ଅନ୍ତର୍ଗତ ଅରାଇଲୋ ପଂଚାୟତ ବବକରପୁର ଗାଁରେ ଆଜି ଦିନ ଦ୍ବିପହରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏହି ଗାଁରେ କିଛି ଦୃବୁତ୍ତ ପଶି ପ୍ରାୟ ୧୦ ରାଉଣ୍ଡ ଗୁଳି ଫୁଟାଇଛନ୍ତି। ଏହି ଗୁଳିମାଡରେ ଗୋଟିଏ ପରିବାରର ୩ଜଣ ଆହତ ହୋଇଥିବାବେଳେ ଘରର ମୁରବୀ ଅରବିନ୍ଦଙ୍କର ମୃତ୍ୟୁ ଘଟିଛି ଏବଂ ମା’ ଓ ପୁଅଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗୁରୁତର ଆହତ ଦୁଇ ଜଣ ହେଉଛନ୍ତି ଅରବିନ୍ଦଙ୍କ ସ୍ତ୍ରୀ ମୀନତି ମିଶ୍ର ଓ ପୁଅ ଶୁଭକେଶ ମିଶ୍ର (କାହ୍ନା) । ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟାରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ ରେ ବବକରପୁର ଗାଁରେ ପହଞ୍ଚି ଥିଲେ। ସେମାନେ କାହ୍ନାଙ୍କ ଘର କେଉଁଠି ଅଛି ବୋଲି ଗାଁ ଲୋକଙ୍କୁ ପଚାରିଥିଲେ।ଦୁର୍ବୃତ୍ତମାନେ କାହ୍ନାଙ୍କ ଘରେ ପହଞ୍ଚିବା ପରେ ବାହାର ପଟୁ ଡାକିଥିଲେ। କାହ୍ନା ବାହାରକୁ ଆସିବାରୁ ଦୁର୍ବୃତ୍ତମାନେ ଗୁଳି ଫୁଟାଇଥିଲେ। ଘର ବାହାରେ ଗୁଳି ଶବ୍ଦ ଶୁଣି ବାପା ଅରବିନ୍ଦ ମିଶ୍ର ଓ ମା’ ମୀନତି ବାହାରି ଆସିଥିଲେ। ଉଭୟ ସ୍ବାମୀ-ସ୍ତ୍ରୀ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳି ମାଡ଼ର ଶିକାର ହୋଇଥିଲେ । ସେମାନେ ପ୍ରାୟ ୧୦ ରାଉଣ୍ଡ ଗୁଳି ଫୁଟାଇଛନ୍ତି । ତେବେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଅରବିନ୍ଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମୀନତି ଓ କାହ୍ନା ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ମା’ ଓ ପୁଅଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ପରେ ତାଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଗୁଳି କରିଥିବା ୩ଅଭିଯୁକ୍ତଙ୍କୁ ଗାଁ ଲୋକେ କାବୁ କରିବା ସହ ନିସ୍ତୁକ ମାଡ଼ ମାରିଛନ୍ତି । ତେବେ ଏହି ଗୁଳିମାଡର କାରଣ କଣ ଏପର୍ଯ୍ୟନ୍ତ ସ୍ପଷ୍ଟଭାବେ ଜଣାପଡିନାହିଁ ।

 

Show More

Related Articles

Back to top button