Breaking PLUSଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ଭରତପୁରରେ ନାବାଳିକାକୁ ଗଣ ଦୁଷ୍କର୍ମ

ଭୁବନେଶ୍ୱରରେ ଆଉ ଏକ ନାବାଳିକାକୁ ଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଚହଳ ପକାଇ ଦେଇଛି

ଭୁବନେଶ୍ୱରରେ ଆଉ ଏକ ନାବାଳିକାକୁ ଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଚହଳ ପକାଇ ଦେଇଛି । ଆଉ ନାବାଳିକାକୁ ଦୁଷ୍କର୍ମ କରି ଫେରାର ଥିବା ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ୍ ରେଡ୍ ମାରୁଛି । ତେବେ ଅଭିଯୁକ୍ତ ସୁରଜ ବର୍ତ୍ତମାନ ଫେରାର ଅଛି । ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଦୁଷ୍କର୍ମ ହୋଇଥିବା ଭରତପୁରର ସେହି ଘର ଭିତରେ ପଶି ତଦନ୍ତ ଆରମ୍ଭ କରିଛି । ତଦନ୍ତ ବେଳେ ଘର ଭିତରୁ ଗଣମାଧ୍ୟମର ଏକ ଲୋଗୋ ଲଗା ବୁମ, ପୁଲିସ ପୋଷାକ, ନକଲି ବନ୍ଧୁକ ଭଳି ଅନେକ ଜିନିଷ ଜବତ କରାଯାଇଛି । ନାବାଳିକାଙ୍କ ସୂଚନା ଅନୁସାରେ ଗତ ଗୁରୁବାର ଦିନ ଆଲବମରେ ହିରୋଇନ କରିବାର ଲୋଭ ଦେଖାଇ, ସୁରଜ ବିଶ୍ୱାଳ ଜଣେ ନାବାଳିକାକୁ ଭରତପୁର ଅଞ୍ଚଳକୁ ଡାକିଥିଲା । ଅପହରଣ ସିନ୍ ସୁଟିଂ କରିବାକୁ କହି, ନାବାଳିକାର ହାତଗୋଡ ବାନ୍ଧି ରାତି ତମାମ ବଳାତ୍କାର କରିଥିଲା । ଏହି ଘଟଣାକୁ ପୁଲିସ ଗୁରୁତର ସହ ନେଇ ଆଇପିସିର ଦଫା ୩୪୨ , ୨୯୪, ୫୦୬ , ୩୫୪-ସି , ୩୭୬, ସିକ୍ସ ପକସୋ ଆକଟ୍ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଭରତପୁର ଥାନା ପୁଲିସ । ନାବାଳିକାର ଡାକ୍ତରୀ ମାଇନା କରିବା ସହ ୧୬୧ ଧାରାରେ ବୟାନ ରେକର୍ଡ କରିଛି ପୁଲିସ । ଅଭିଯୁକ୍ତ ସୁରଜକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ, ଅଭିଯୁକ୍ତ ଫେରାର ରହିଛି । ବର୍ତ୍ତମାନ ସୁଧ୍ୟା ଅଭିଯୁକ୍ତର କିଛି ଖବର ମିଳିନାହିଁ ।

Show More

Related Articles

Back to top button