Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ନିର୍ବାଚନ ପରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି

ଶେଷ ହେବାକୁ ଯାଉଛି ନିର୍ବାଚନ ପର୍ଯ୍ୟାୟ ।

ଶେଷ ହେବାକୁ ଯାଉଛି ନିର୍ବାଚନ ପର୍ଯ୍ୟାୟ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟି ନଥିବା ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବ୍ୟଙ୍ଗାତ୍ମକ ଭଙ୍ଗୀରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଟ୍ଵିଟରରେ ଲେଖିଛନ୍ତି, ଫଟାଫଟ୍ ଲୋକମାନେ ନିଜ ଗାଡିର ଟାଙ୍କିରେ ପେଟ୍ରୋଲ ଭରି ନିଅନ୍ତୁ, ମୋଦି ସରକାରଙ୍କ ନିର୍ବାଚନୀ ଅଫର୍ ଶେଷ ହେବାକୁ ଯାଉଛି । ତେଣୁ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ପାଇବ ।  କଂଗ୍ରେସ ନେତାମାନଙ୍କ ଅନୁସାରେ, ଉତ୍ତର ପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଚାଲିଥିବା ଯୋଗୁଁ କିଛି ସପ୍ତାହ ହେଲା ପେଟ୍ରୋଲ ଓ ଡିଜେଲର ଦାମ ବଢି ନାହିଁ। ନିର୍ବାଚନ ପରେ ପେଟ୍ରୋଲ, ଡିଜେଲ ଦରରେ ବୃଦ୍ଧି ଘଟିବ। ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ ଗୁରୁବାର ଦିନ ବ୍ୟାରେଲ୍ ପିଛା ୧୨୦ ଡଲାରରୁ ଅଧିକ ହୋଇଯାଇଥିଲା ଯାହା ଗତ ୯ ବର୍ଷ ମଧ୍ୟରେ ସର୍ବାଧିକ। ଶୁକ୍ରବାର ଦିନ ଏହାର ମୂଲ୍ୟ ହ୍ରାସ ପାଇ ବ୍ୟାରେଲ୍ ପିଛା ୧୧୧ ଡଲାର ହୋଇଥିଲା। ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦରର ଦାମ ବୃଦ୍ଧି ପାଉଛି ବୋଲି କୁହାଯାଉଛି।

Show More

Related Articles

Back to top button