ଓଡ଼ିଶାମୁଖ୍ୟ ଖବର

ଅମୁଲ ପରେ ମଦର ଡାଏରୀ କ୍ଷୀର ହେଲା ମହଙ୍ଗା

ଆସନ୍ତାକାଲି ଠାରୁ ବର୍ଦ୍ଧିତ ଦାମ୍ ଲାଗୁ କରାଯିବ

ନୂଆଦିଲ୍ଲୀ : ଅମୁଲ କମ୍ପାନୀ ପରେ ଏବେ କ୍ଷୀର ଲିଟର ପିଛା ୨ଟଙ୍କା ବୃଦ୍ଧି କଲା ମଦର ଡାଏରୀ । ତୈଳ ଦାମ୍ ଓ ପ୍ୟାକିଂ ଖର୍ଚ୍ଚ ବଢ଼ିଥିବାରୁ ଦାମ୍ ବୃଦ୍ଧି କରାଯାଇଛି ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥବାବେଳେ ଆସନ୍ତାକାଲି ଠାରୁ ବର୍ଦ୍ଧିତ ଦାମ୍ ଲାଗୁ କରାଯିବ ।

କ୍ରୟ ମୂଲ୍ୟ ବୃଦ୍ଧି, ଇନ୍ଧନ ମୂଲ୍ୟ ଏବଂ ପ୍ୟାକେଜିଂ ସାମଗ୍ରୀର ଦରରେ ବୃଦ୍ଧି ଯୋଗୁଁ  ମଦର ଡାଏରୀ କ୍ଷୀର ଲିଟର ମୂଲ୍ୟ ୨ ଟଙ୍କା ବୃଦ୍ଧି କରିବାକୁ ବାଧ୍ୟ ହୋଇଛି ବୋଲି କମ୍ପାନୀ ପକ୍ଷରୁ ଆଜି କୁହାଯାଇଛି ।  ମଦର ଡାଏରୀ କ୍ଷୀର ୧୦୦ଟି ଦେଶରୁ ଅଧିକ ସହରରେ ଉପଲବ୍ଧ ହୋଇଥାଏ ।

ମଦର ଡାଏରୀର ସମ୍ପୂର୍ଣ୍ଣ କ୍ରିମ୍ କ୍ଷୀର ଲିଟର ପିଛା 57 ରୁ 59 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ। ମଦର ଡାଏରୀର ଟନଡ୍ କ୍ଷୀର ବର୍ତ୍ତମାନ ଲିଟର ପିଛା 47 ଟଙ୍କା ବଦଳରେ 49 ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ। ସେହିପରି ଡବଲ୍ ଟୋନଡ କ୍ଷୀରର ମୂଲ୍ୟ ଲିଟର ପିଛା 41 ରୁ 43 ଟଙ୍କାକୁ ବୃଦ୍ଧି ପାଇବ। ଗାଈ କ୍ଷୀର ଲିଟର ପିଛା 49 ରୁ 51 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ। ମଦର ଡାଏରୀର ଟୋକେନ୍ କ୍ଷୀର ବର୍ତ୍ତମାନ ଲିଟର ପିଛା 44 ରୁ 46 ଟଙ୍କାକୁ ବୃଦ୍ଧି ପାଇବ।

 

Show More

Related Articles

Back to top button