Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ଘୋଷଣା କଲେ ପ୍ରାର୍ଥୀ ତାଲିକା ।

ଯାଜପୁର ପୌରପାଳିକା ନିର୍ବାଚନ ପାଇଁ ବିଜେଡି ଘୋଷଣା କରିଛି ପ୍ରାର୍ଥୀ ତାଲିକା ।

ଯାଜପୁର ପୌରପାଳିକା ନିର୍ବାଚନ ପାଇଁ ବିଜେଡି ଘୋଷଣା କରିଛି ପ୍ରାର୍ଥୀ ତାଲିକା । ୧୮ କାଉନସିଲର ଓ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ତାଲିକାରେ ମହିଳା ଓ ନୂଆ ମୁହଁକୁ ପ୍ରାଧାନ୍ୟ ଦିଆଯାଇଛି । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ରଞ୍ଜୁଲତା ହୋତାଙ୍କୁ ପୌରାଧ୍ୟକ୍ଷ ଟିକେଟ ଦେଇଛି ବିଜେଡି । ନିର୍ବାଚନରେ ବିଜୁ ଜନତା ଦଳ ପୌରପାଳିକା ହାତେଇବା ନେଇ ସମସ୍ତ ପ୍ରକାର ଋଣନିତୀ ପ୍ରକାଶ କରିଛି । ଦଳ କିପରି ତୃଣମୂଳ ସ୍ତରରେ ପହଁଚି ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେନାଇ ପ୍ରସ୍ତୁତ ହୋଇଛି । ଏଥର ମଇଦାନରେ ଅନେକ ନୂଆ ମୁହଁକୁ ଦଳ ସୁଯୋଗ ଦେଇଛି । ମୋଟ ୧୮ଟି ୱାର୍ଡରେ ୯ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେହିପରି ୧୮ଜଣିଆ ତାଲିକାରେ ୧୬ ଜଣ ନୂଆ ମୁହଁ ରହିଛନ୍ତି । ଦଳୀୟ ଟିକେଟ ପାଇବା ପରେ ମୁଖ୍ୟମନ୍ତ୍ରୀ ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରାର୍ଥୀ ।

Show More

Related Articles

Back to top button